ମୁଖ୍ୟମନ୍ତ୍ରୀଙ୍କୁ ସାକ୍ଷାତ କରିବେ ୫ ଓଡ଼ିଆ ଶ୍ରମିକ
ଭୁବନେଶ୍ୱର: ଉତ୍ତରାଖଣ୍ଡର ଉତ୍ତରକାଶୀ ଟନେଲରୁ ପୁନର୍ଜନ୍ମ ପାଇଥିବା ଓଡ଼ିଆ ଶ୍ରମିକମାନେ ଆଜି ଘରକୁ ଫେରିବେ। ଭୁବନେଶ୍ୱର ପହଞ୍ଚିବା ପରେ ୫ ଜଣ ଓଡ଼ିଆ ଶ୍ରମିକ ନବୀନ ନିବାସ ଯାଇ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ସାକ୍ଷାତ କରିବେ। ତା’ ପରେ ୫ଜଣ ଶ୍ରମିକ ନିଜ ଗାଁକୁ ଫେରିଯିବେ।
ସକାଳ ୯.୩୦ରେ ଫ୍ଲାଇଟରେ ନୂଆଦିଲ୍ଲୀରୁ ୫ଜଣ ଓଡ଼ିଆ ଶ୍ରମିକ ଭୁବନେଶ୍ୱର ଅଭିମୁଖେ ବାହାରିବେ। ଗତକାଲି ହସ୍ପିଟାଲରୁ ସମସ୍ତ ୪୧ ଶ୍ରମିକଙ୍କ ସମେତ ୫ ଓଡ଼ିଆଙ୍କୁ ଡିସଚାର୍ଜ କରି ଦିଆଯାଇଥିଲା।ପରେ ଲେବର ଅଫିସର ୫ଜଣ ଓଡ଼ିଆ ଶ୍ରମିକଙ୍କୁ ଧରି ନୂଆଦିଲ୍ଲୀରେ ବିଳମ୍ବିତ ରାତିରେ ପହଞ୍ଚିଥିଲେ। ସମସ୍ତ ଓଡ଼ିଶା ନିବାସରେ ରାତିରେ ରହିଥିଲେ। ଆଜି ସକାଳ ୯.୩୦ରେ ଫ୍ଲାଇଟରେ ନୂଆଦିଲ୍ଲୀରୁ ୫ଜଣ ଓଡ଼ିଆ ଶ୍ରମିକ ଭୁବନେଶ୍ୱର ଅଭିମୁଖେ ବାହାରିବେ। ଭୁବନେଶ୍ୱର ପହଞ୍ଚିବା ପରେ ୫ ଜଣ ଓଡ଼ିଆ ଶ୍ରମିକ ନବୀନ ନିବାସ ଯାଇ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ସାକ୍ଷାତ କରିବେ। ତା’ ପରେ ୫ଜଣ ଶ୍ରମିକ ନିଜ ଗାଁକୁ ଫେରିଯିବେ। କାମ କରୁଥିବା ବେଳେ ମାଟି ଅତଡ଼ା ଧସିବାରୁ ଉତ୍ତରାଖଣ୍ଡର ଉତ୍ତରକାଶୀର ଟନେଲରେ ଫସି ଯାଇଥିଲେ ୪୧ ଶ୍ରମିକ। ୧୭ ଦିନ ପରେ ଗତ ମଙ୍ଗଳବାର ସେମାନଙ୍କୁ ଉଦ୍ଧାର କରାଯାଇଥିଲା।