ମୋଦୀଙ୍କ ସପକ୍ଷରେ ବାହାରିଲା ମାଳଦ୍ୱୀପ ଶିଳ୍ପ ସଂଘ
ନୂଆଦିଲ୍ଲୀ: ଘନଉଛି ଭାରତ-ମାଳଦ୍ୱୀପ ବିବାଦ । ମୋଦୀ ବିରୋଧୀ ମନ୍ତବ୍ୟ ଦେବା ପରେ ଏବେ ଚାରିଆଡୁ ମାଳଦ୍ୱୀପକୁ ନିନ୍ଦା କରାଯାଉଛି । ଏବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ସପକ୍ଷରେ ବାହାରିଛି ମାଳଦ୍ୱୀପ ପର୍ୟ୍ୟଟନ ଶିଳ୍ପ ସଂଘ । ଘଟଣାକୁ ମାଳଦ୍ୱୀପ ପର୍ୟ୍ୟଟନ ଶିଳ୍ପ ସଂଘ ନିନ୍ଦା କରିଛି ।
ପ୍ରଧାନମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ମାଳଦ୍ୱୀପ ମନ୍ତ୍ରୀ ଦେଇଥିବା ମନ୍ତବ୍ୟକୁ ଶିଳ୍ପ ସଂଘ ଦୃଢ ନିନ୍ଦା କରିବା ସହ ମୋଦୀଙ୍କୁ ପ୍ରଶଂସା କରିଛି । ମାଳଦ୍ୱୀପର ଶିଳ୍ପ ସଂଘ କହିଛି, ଭାରତ ହେଉଛି ଆମର ପଡୋଶୀ ଓ ସହଯୋଗୀ ରାଷ୍ଟ୍ର । ବିପଦ ସମୟରେ ଭାରତ ପ୍ରଥମେ ସହଯୋଗର ହାତ ବଢାଇଥାଏ । ମାଳଦ୍ୱୀପର ଶିଳ୍ପ କ୍ଷେତ୍ରରେ ଭାରତର ଅନେକ ଅବଦାନ ରହିଛି । କରୋନା ମହାମାରୀ ସମୟରେ ଭାରତ ଅନେକ ସହଯୋଗ କରିଛି । ସେପଟେ ପ୍ରଧାନମନ୍ତ୍ରୀ ମୋଦୀଙ୍କ ବିରୋଧରେ ସୋସିଆଲ ମିଡିଆରେ ଅପମାନଜନକ ମନ୍ତବ୍ୟ ଦେଇଥିବା ମାଳଦ୍ୱୀପ ସରକାରର ୩ ମନ୍ତ୍ରୀଙ୍କୁ ନିଲମ୍ବନ ନୁହେଁ ବହିଷ୍କାର କରିବାକୁ ଦାବି ହୋଇଛି ।