ଆଠଗଡ: ରାଜ୍ୟ ସରକାରଙ୍କ ମିଶନ ଶକ୍ତି ବିଭାଗର ମହିଳା ସ୍ୱୟଂ ସହାୟକ ଗୋଷ୍ଠୀ ପାଇଁ ମୋ ସ୍କୁଟର ଯୋଜନା ଆଠଗଡରୁ ଶୁଭାରମ୍ଭ ହୋଇଛି । ଆଠଗଡ ମିନି ଷ୍ଟାଡିୟମଠାରେ ଆତ୍ମାର ଅଧ୍ୟକ୍ଷ ରବୀନ୍ଦ୍ରନାଥ ରାଉତଙ୍କ ପୌରୋହିତ୍ୟରେ ଆୟୋଜିତ ଏକ କର୍ମଶାଳାରେ କୃଷି ଓ କୃଷକ ସଶକ୍ତିକରଣ, ମତ୍ସ୍ୟ ଓ ପ୍ରାଣୀ ସମ୍ପଦ ବିକାଶ ବିଭାଗ ମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ୱାଇଁ ମୁଖ୍ୟ ଅତିଥି ଭାବରେ ଯୋଗ ଦେଇ ମହିଳାମାନଙ୍କ ଆର୍ଥିକ ବିକାଶ ସହିତ ସେମାନଙ୍କୁ ଆତ୍ମନିର୍ଭରଶୀଳ ଓ ସ୍ୱାବଲମ୍ବୀ କରିବା ଲାଗି ରାଜ୍ୟ ସରକାର ଯେଉଁସବୁ ପଦକ୍ଷେପ ନେଇ ସଫଳ ହୋଇଛନ୍ତି, ତାହା ଅନ୍ୟ ରାଜ୍ୟଗୁଡିକ ପାଇଁ ଉଦାହରଣ ପାଲଟିଛି ଏବଂ ସେସବୁ ରାଜ୍ୟ ଓଡିଶା ମଡେଲକୁ ଏବେ ଅନୁକରଣ କରୁଛନ୍ତି । ଆଠଗଡ଼ ବ୍ଲକରେ ୭୨ଟି ସ୍ୱୟଂ ସହାୟକ ଗୋଷ୍ଠୀକୁ ୩.୭୨ କୋଟି ଟଙ୍କାର ବ୍ୟାଙ୍କ ଋଣ ପ୍ରଦାନ, ମୋ ସ୍କୁଟର ଯୋଜନାରେ ୬୧ଜଣଙ୍କୁ ସ୍କୁଟି ପ୍ରଦାନ, ପ୍ରାଣୀବିଭାଗ ତରଫରୁ ୨୯ଜଣଙ୍କୁ ଆର୍ôଥକ ସ୍ୱାବଲମ୍ବୀ କରିବାପାଇଁ କୁକୁଡ଼ା ପାଳନ ଓ ୮ଜଣ ଚାଷୀ ଛେଳି ପାଳନ, ୧୩ ଏସଏଚଜିକୁ କୁକୁଡ଼ା ଚାଷ ପାଇଁ ମୋଟ ୫କୋଟି ୯୮ଲକ୍ଷ ୫୧ହଜାର ଟଙ୍କାର କାଯ୍ୟଦେଶେ ବଣ୍ଟନ କରାଯାଇଛି ବୋଲି ମନ୍ତ୍ରୀ ସୂଚନା ଦେଇଥିଲେ ।