THE BYAPINI

ଯାଞ୍ଚକରୁ କରୁ ଜୀବନ ନେଇଗଲା ରୋବଟ୍‌

Get real time updates directly on you device, subscribe now.

ସିଓଲ: ଦକ୍ଷିଣ କୋରିଆରେ ଏକ ରୋବଟ୍‌ ଜଣେ ବ୍ୟକ୍ତିଙ୍କ ମୃତ୍ୟୁ ଘଟାଇଛି। ରିପୋର୍ଟ ଅନୁଯାୟୀ, ମେସିନ୍ ତାଙ୍କୁ ଏକ ପରିବା ବାକ୍ସ ବୋଲି ଭାବିଥିଲା, ଯାହାର ପରିଚାଳନାରେ ଏହା ନିୟୋଜିତ ଥିଲା। ୪୦ ବର୍ଷ ବୟସ୍କ ରୋବଟିକ୍ସ କମ୍ପାନିର କର୍ମଚାରୀ ଜଣକ ଦକ୍ଷିଣ ଗ୍ୟୋଙ୍ଗସାଙ୍ଗ ପ୍ରଦେଶରେ କୃଷିଜାତ ଦ୍ରବ୍ୟର ବିତରଣ କେନ୍ଦ୍ରରେ କାମ କରୁଥିଲେ। ବ୍ୟକ୍ତି ଜଣକ ଗୋଲମରିଚ ସର୍ଟିଂ ପ୍ଲାଣ୍ଟରେ ପରୀକ୍ଷଣ ପୂର୍ବରୁ ରୋବଟ୍‌ର ସେନସର ଯାଞ୍ଚ କରୁଥିଲେ। ଦୁଇ ଦିନ ତଳେ ରୋବଟ୍ ସେନସରରେ ଦେଖିବାକୁ ମିଳିଥିବା ସମସ୍ୟା ଯାଞ୍ଚ କରିବାକୁ ତାଙ୍କୁ ଡକାଯାଇଥିଲା। ଚଳିତ ବର୍ଷ ଦକ୍ଷିଣ କୋରିଆରେ ଏହା ଦ୍ବିତୀୟ ଘଟଣା। ଗତ ମାର୍ଚ୍ଚ ମାସରେ ଜଣେ ୫୦ ବର୍ଷୀୟ ଦକ୍ଷିଣ କୋରିଆ ବ୍ୟକ୍ତି ଏକ ଅଟୋମୋବାଇଲ ପାର୍ଟସ୍ ଉତ୍ପାଦନ କାରଖାନାରେ କାମ କରୁଥିବା ବେଳେ ରୋବଟ୍ ଦ୍ୱାରା ଫସି ଯାଇ ଗୁରୁତର ଆହତ ହୋଇଥିଲେ।

Get real time updates directly on you device, subscribe now.

Leave A Reply

Your email address will not be published.