THE BYAPINI

ଯାହା ପ୍ରଶ୍ନ ଆସିବ ତାହାର ଜବାବ ଦିଆଯିବ:ବିଜେଡି

Get real time updates directly on you device, subscribe now.

ଭୁବନେଶ୍ୱର:ବିଧାନସଭାର ମୌସୁମୀ ଅଧିବେଶନ ଶୁକ୍ରବାର ଠାରୁ ଆରମ୍ଭ ହୋଇଛି। ଶୁକ୍ରବାର ତିନି ଦଳ ବିଜେଡି, ବିଜେପି ଓ କଂଗ୍ରେସର ବିଧାୟକ ଦଳ ବୈଠକ ବସି ରଣନୀତି ପ୍ରସ୍ତୁତ ହୋଇଛି। ବିଜେପି ଓ କଂଗ୍ରେସଙ୍କ ପାଖରେ ସରକାରଙ୍କ ବିରୋଧରେ ଗଦା ଗଦା ପ୍ରସଙ୍ଗ ଥିଲା ବେଳେ ବିରୋଧୀଙ୍କ ମୁକାବିଲା ପାଇଁ ଶାସକ ଦଳ ବି ପ୍ରସ୍ତୁତ ଅଛି।

ଶୁକ୍ରବାର  ପୂର୍ବାହ୍ନରେ ବିଜେଡି ବିଧାୟକ ଦଳ ବୈଠକ ବିଧାନସଭାର ୫୪ ନମ୍ବର ପ୍ରକୋଷ୍ଠରେ ଅନୁଷ୍ଠିତ ହୋଇଥିଲା। ବିଜେଡି ସଭାପତି ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ବୈଠକରେ ଦଳର ସବୁ ବିଧାୟକ ଯୋଗ ଦେଇଥିଲେ। ଅଧିବେଶନ ସମୟରେ ଗୃହରେ ସମସ୍ତେ ଉପସ୍ଥିତ ରହି ସକ୍ରିୟ ଅଂଶଗ୍ରହଣ କରିବାକୁ ଶ୍ରୀ ପଟ୍ଟନାୟକ ପରାମର୍ଶ ଦେଇଥିଲେ। ସରକାରୀ ଦଳ ମୁଖ୍ୟ ସଚେତକ ପ୍ରଶାନ୍ତ ମୁଦୁଲି ଗଣମାଧ୍ୟମକୁ କହିଛନ୍ତି, ବିଧାନସଭା ଚାଲିଥିଲା ବେଳେ ଯାହା ପ୍ରଶ୍ନ ଆସିବ ତାହାର ଜବାବ ଦିଆଯିବ। ସରକାର ସବୁ ପ୍ରସଙ୍ଗରେ ଆଲୋଚନା ପାଇଁ ପ୍ରସ୍ତୁତ ଅଛନ୍ତି।

Get real time updates directly on you device, subscribe now.

Leave A Reply

Your email address will not be published.