THE BYAPINI

ଯିଏ ବରଯାତ୍ରୀ ଯାଇନି, ସିଏ ବାହାଘର ମଜା କୁଆଡୁ ଜାଣିବ:ସୌମ୍ୟ

Get real time updates directly on you device, subscribe now.

ଭୁବନେଶ୍ୱର: ଦୁଇ ମାସରୁ ଊର୍ଦ୍ଧ୍ୱ ସମୟ ଧରି ଚୁପ୍ ରହିବା ପରେ ପୁଣି ମୁହଁ ଖୋଲିଛନ୍ତି ଖଣ୍ଡପଡ଼ା ବିଧାୟକ ସୌମ୍ୟରଞ୍ଜନ ପଟ୍ଟନାୟକ। ଏଥର ଉଠାଇଛନ୍ତି ଛାତ୍ର ସଂସଦ ନିର୍ବାଚନ ବନ୍ଦ ପ୍ରସଙ୍ଗରେ। ଜଗତସିଂହପୁର ଜିଲ୍ଲା ଏରସମା ବ୍ଲକ୍ ଶିଆଳି ବାଲିଯାତ୍ରା ଉତ୍ସବରେ ରାଜ୍ୟ ସରକାରଙ୍କୁ ନିଶାନା କରି ସୌମ୍ୟ କହିଥିଲେ, ମୁଁ ସତକଥା କହେ ବୋଲି ଆମ ସରକାର ମୋ ଉପରେ ସନ୍ତୁଷ୍ଟ ନୁହଁନ୍ତି। ସତ କଥାଟି ହେଲା, ଯୁବକମାନଙ୍କ ମଧ୍ୟରେ ନେତୃତ୍ୱର ବିକାଶ ପାଇଁ ସୁଯୋଗ ଦିଆଯାଉନି। ଛାତ୍ରସଂସଦ ନିର୍ବାଚନ ଗଣତନ୍ତ୍ର ଓ ନେତୃତ୍ୱର ବିକାଶ ପାଇଁ ସୁଯୋଗ ଦିଏ। ଯିଏ ବରଯାତ୍ରୀ ଯାଇନି, ସିଏ ବାହାଘର ମଜା କୁଆଡୁ ଜାଣିବ ବୋଲି ସେ କଟାକ୍ଷ କରି କହିଥିଲେ।ସେ କହିଥିଲେ ଯେ ସରକାର ଖୁବଶୀଘ୍ର ଏ ସମ୍ପର୍କରେ ଚିନ୍ତା କରିବେ ଓ କଲେଜରେ ଛାତ୍ର ସଂସଦ ନିର୍ବାଚନ ପ୍ରକ୍ରିୟା ଫେରାଇ ଆଣିବେ ବୋଲି ତାଙ୍କର ଆଶା ଅଛି।

ତା’ସହିତ ସୌମ୍ୟ କହିଥିଲେ ଯେ ଖାଲି ଜିନ୍ସ ପ୍ୟାଣ୍ଟ ଓ ଧଳା ଶାର୍ଟ ପିନ୍ଧିଦେଲେ କେହି ନେତା ହୋଇ ଯିବେନି। ଏଥିପାଇଁ ଲୋକଙ୍କ ସହ ମିଶିବାକୁ ପଡ଼ିବ। ସେମାନଙ୍କ ସମସ୍ୟା ଜାଣିବାକୁ ପଡ଼ିବ। ଖାଲି ପ୍ୟାଡ୍‌ରେ ପଦବୀ ଛାପିଦେଲେ କେହି ନେତା ହୋଇଯାଏ ନାହିଁ। ସୌମ୍ୟଙ୍କ ଏଭଳି ମନ୍ତବ୍ୟ ନେଇ ବିଜେଡି ପକ୍ଷରୁ କୌଣସି ପ୍ରତିକ୍ରିୟା ଆସିନାହିଁ। ନିଜର ସଂପାଦକୀୟ ଓ ଭାଷଣରେ ବିଜେଡି ସରକାର ଓ ଭି.କେ ପାଣ୍ଡିଆନଙ୍କୁ ବାରମ୍ବାର ନିଶାନା କରିଥିବା ସୌମ୍ୟରଞ୍ଜନ ପଟ୍ଟନାୟକଙ୍କୁ ଗତ ସେପ୍ଟେମ୍ବର ୨୧ ତାରିଖରେ ଦଳରୁ ବହିଷ୍କାର କରିଥିଲେ ନବୀନ ପଟ୍ଟନାୟକ।

Get real time updates directly on you device, subscribe now.

Leave A Reply

Your email address will not be published.