THE BYAPINI

ରତ୍ନ ଭଣ୍ଡାରକୁ ଅଳଙ୍କାର ତାଲିକା ପାଇଁ ହେବ ଉଚ୍ଚ଼ସ୍ତରୀୟ କମିଟି: ହାଇକୋର୍ଟ

Get real time updates directly on you device, subscribe now.

କଟକ: ଶ୍ରୀମନ୍ଦିର ରତ୍ନ ଭଣ୍ଡାର ଭିତରେ ଥିବା ମୂଲ୍ୟବାନ ସୁନା ଗହଣା ଓ ଅନ୍ୟ ସଂପତ୍ତିର ତାଲିକା ପ୍ରସ୍ତୁତ ପାଇଁ ରାଜ୍ୟ ସରକାରଙ୍କ ପକ୍ଷରୁ ଉଚ୍ଚ଼ସ୍ତରୀୟ କମିଟି ଗଠନ ଉପରେ ଗୁରୁତ୍ୱ ଦେଇଛନ୍ତି ଓଡ଼ିଶା ହାଇକୋର୍ଟ । ଶ୍ରୀମନ୍ଦିର ପରିଚାଳନା କମିଟି ରତ୍ନ ଭଣ୍ଡାର ଭିତରେ ଥିବା ସଂପତ୍ତିର ତାଲିକା ପ୍ରସ୍ତୁତ ଏବଂ ତଦାରଖ ପାଇଁ ଉଚ୍ଚ଼ସ୍ତରୀୟ କମିଟି ଗଠନ ଲାଗି ଯଦି ଅନୁରୋଧ କରନ୍ତି, ତେବେ ସେହି ତାରିଖ ଠାରୁ ୬୦ ଦିନ ଭିତରେ ରାଜ୍ୟ ସରକାର ଏଭଳି କମିଟି ଗଠନ କରିବେ ବୋଲି ହାଇକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି । ରତ୍ନ ଭଣ୍ଡାର ଭିତରେ ଥିବା ଅଳଙ୍କାର ଓ ଅନ୍ୟ ସଂପତ୍ତିର ତାଲିକା ପ୍ରସ୍ତୁତ କରିବା କ୍ଷେତ୍ରରେ ଶ୍ରୀମନ୍ଦିର ପରିଚାଳନା କମିଟିକୁ ଏହି ଉଚ୍ଚ଼ସ୍ତରୀୟ କମିଟି ସହଯୋଗ କରିବ ବୋଲି ହାଇକୋର୍ଟ କହିଛନ୍ତି । ମୁଖ୍ୟ ବିଚାରପତି ଜଷ୍ଟିସ ଶୁଭାଶିଷ ତାଳପତ୍ର ଓ ଜଷ୍ଟିସ ସାବିତ୍ରୀ ରଥଙ୍କୁ ନେଇ ଗଠିତ ଖଣ୍ଡପୀଠ ବରିଷ୍ଠ ବିଜେପି ନେତା ସମୀର ମହାନ୍ତିଙ୍କ ପକ୍ଷରୁ ଦାୟର ଜନସ୍ୱାର୍ଥ ମାମଲାର ଶୁଣାଣି କରି ହାଇକୋର୍ଟ ଏପରି ନିର୍ଦ୍ଦେଶ ଦେଇଛନ୍ତି ।

Get real time updates directly on you device, subscribe now.

Leave A Reply

Your email address will not be published.