THE BYAPINI

ରାଜଧାନୀରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା: ଜଣେ ମୃତ, ୪ ଆହତ

Get real time updates directly on you device, subscribe now.

ଭୁବନେଶ୍ବର : ରାଜଧାନୀରେ ପୁଣି ଏକ ସଡକ ଦୁର୍ଘଟଣା । ଚନ୍ଦ୍ରଶେଖରପୁର ଥାନା ନିକଟ ପେଟ୍ରୋଲ ପମ୍ପ ନିକଟରେ ଘଟିଥିବା ଦୁର୍ଘଟଣାରେ ଜଣଙ୍କର ଜୀବନ ଯାଇଛି । ଏକ ଦ୍ରୁତଗାମୀ କାର୍ ଭାରସାମ୍ୟ ହରାଇ ଡିଭାଇଡର ଉପରକୁ ମାଡିଯାଇ ଅନ୍ୟପାର୍ଶ୍ୱରେ ଆସୁଥିବା ଏକ ବସକୁ ପିଟିଥିଲା । ଏଥିରେ ଜଣେ ପ୍ରାଣ ହରାଇଥିବା ବେଳେ ୪ ଜଣ ଆହତ ହୋଇଛନ୍ତି। ଆହତମାନଙ୍କ ମଧ୍ୟରୁ ଜଣଙ୍କ ଅବସ୍ଥା ଗୁରୁତର ରହିଛି।

 ଆଜି ଭୋରୁ ଏକ କାର ଜୟଦେବ ବିହାରରୁ ପଟିଆ ଆଡକୁ ଦ୍ରୁତ ଗତିରେ ଯାଉଥିଲା। ଏହି ସମୟରେ କାର୍‌ଟି ନିୟନ୍ତ୍ରଣ ହରାଇ ଡିଭାଇଡର ପିଟି ହୋଇ ଡ଼ମଣା ପଟୁ ଆସୁଥିବା ଏକ ବସକୁ ପିଟି ଥିଲା। ଏହି ଦୁର୍ଘଟଣାରେ ଜଣଙ୍କର ପ୍ରାଣହାନି ଘଟିଥିବା ବେଳେ ୪ ଆହତ ହୋଇଥିଲେ। ତେବେ ଦୁର୍ଘଟଣାରେ କାର୍‌ଟି ଭାଙ୍ଗି ଚୁରମାର ହୋଇଯାଇଛି।

ସୂଚନାଯୋଗ୍ୟ ଶୁକ୍ରବାର ବିଳମ୍ବିତ ରାତିରେ ପାହାଳ ଛକ ନିକଟରେ ମଧ୍ୟ ଏକ ଦୁର୍ଘଟଣାରେ ଘଟିଥି ୨ ଜଣଙ୍କର ମୃତ୍ୟୁ ହୋଇଥିଲା । ଏକ କାର୍ ଠିଆ ହୋଇଥିବା ଟ୍ରକର ପଛପଟେ ପିଟି ହୋଇଯିବାରୁ ଦୁର୍ଘଟଣା ଘଟିଥିଲା ।

Get real time updates directly on you device, subscribe now.

Leave A Reply

Your email address will not be published.