THE BYAPINI

ରାଜନୀତିରୁ ସନ୍ନ୍ୟାସ ନେବି : ଅରୁଣ ସାହୁ

Get real time updates directly on you device, subscribe now.

ଭୁବନେଶ୍ୱର: ୫-ଟି ହେଉଛି ଏକ ଚିନ୍ତାଧାରା । ଯିଏ ପ୍ରଭାବିତ ହୁଅନ୍ତୁ କି ନ ହୁଅନ୍ତୁ କିନ୍ତୁ ଦୁଇ ବିରୋଧୀ ମିଶ୍ର ବେଶୀ ପ୍ରଭାବିତ ହୋଇଛନ୍ତି । ୫-ଟିକୁ ଦୁଇ ମିଶ୍ର ପିଇ ଦେଇଛନ୍ତି । ୫-ଟି ପାଇଁ କଣ ହୋଇଛି ତାହା ଆଗ ନିଜ ନିର୍ବାଚନମଣ୍ଡଳୀର ବିକାଶକୁ ଦେଖି ଆସନ୍ତୁ ବୋଲି କହିଛନ୍ତି ଅରୁଣ । ଏହାସହ ବିରୋଧୀଙ୍କୁ ବିତର୍କ ପାଇଁ ଆହ୍ୱାନ ଦେଇ , ଯଦି ୫-ଟି ଦ୍ୱାରା ତାଙ୍କ ଅଞ୍ଚଳରେ କିଛି ହୋଇନଥିବ ତେବେ ମୁଁ ରାଜନୀତିରୁ ସନ୍ନ୍ୟାସ ନେବି  ବୋଲି  ବିଜେଡି ବିଧାୟକ ଅରୁଣ ସାହୁ କହିଛନ୍ତି।

 ଶୂନ୍ୟକାଳରେ  ମୁଖ୍ୟମନ୍ତ୍ରୀଙ୍କ ବିବୃତ୍ତିକୁ ନେଇ ବିରୋଧୀ ଦଳ ନେତା ଜୟନାରାୟଣ ମିଶ୍ର ପ୍ରଶ୍ନ କରିଥିବା ବେଳେ କଂଗ୍ରେସ ବିଧାୟକ ଦଳ ନେତା ନରସିଂହ ମିଶ୍ର କହିଥିଲେ ରାଜ୍ୟରେ ଏବେ ଗୁମାସ୍ତା ଶାସନ ଚାଲିଛି । ଗଣତନ୍ତ୍ରର ହତ୍ୟା କରାଯାଉଛି । ବିରୋଧୀଙ୍କ ଏଭଳି ପ୍ରଶ୍ନକୁ କାଉଣ୍ଟର କରିଛନ୍ତି ବିଜେଡି ବିଧାୟକ ଅରୁଣ ସାହୁ ।

ଅରୁଣ କହିଛନ୍ତି, ବିରୋଧୀ ଜ୍ଞାନ ବାଣ୍ଟୁଛନ୍ତି କିନ୍ତୁ ଜ୍ଞାନ ଗ୍ରହଣ କରୁନାହାନ୍ତି । ବିଧାନସଭା ଜ୍ଞାନ ବିତରଣ ସଭା ନୁହେଁ, ଗୃହରେ ଯାହା ଚାହିଁବେ ତାହା କହିବେ । ଯେଉଁମାନେ ଅଭିଯୋଗ ଆଣୁଛନ୍ତି, ସେମାନଙ୍କ ମେଣ୍ଟାଲ ହେଲଥ ଭଲ ନାହିଁ । ଯେଉଁମାନେ କହୁଛନ୍ତି ମୁଖ୍ୟ ଶାସନ ସଚିବ ଏବଂ ଉନ୍ନୟନ କମିଶନର ଯାଉନାହାନ୍ତି ତେବେ କୋଭିଡରେ କିଏ ଯାଉଥିଲେ ବୋଲି ଅରୁଣ ଜବାବ ଦେବା ସହ ସମ୍ପୂର୍ଣ ତଥ୍ୟ ନେଇକି ଆସିବାକୁ ବିରୋଧୀଙ୍କୁ ଆହ୍ୱାନ ଦେଇଛନ୍ତି ।

ଅରୁଣ କହିଛନ୍ତି ସୁସ୍ଥ ମସ୍ତିଷ୍କ ନେଇ ବିଧାନସଭା ଆସନ୍ତୁ, ବିରୋଧୀ ଏବେ ମେଣ୍ଟାଲ ହେଲଥ ଡ଼ିଜଅର୍ଡର ଅଛନ୍ତି ବୋଲି ଅରୁଣ ଶୂନ୍ୟକାଳରେ କହିଛନ୍ତି । ଅନ୍ୟପଟେ ଅରୁଣଙ୍କ ମେଣ୍ଟାଲ ହେଲଥ ଡିଜଅର୍ଡର ଶବ୍ଦକୁ ଗୃହ ବିବରଣୀରୁ ବାଦ୍ ଦେବାକୁ ଦାବି କରି ଗୃହରେ ହଙ୍ଗାମା କରିଛନ୍ତି ବିଜେପି ସଦସ୍ୟ । ଯେଉଁଥିପାଇଁ ଗୃହକୁ ଅପରାହ୍ନ ୪ଟା ମୁଲତବି କରିଛନ୍ତି ବାଚସ୍ପତି ।

Get real time updates directly on you device, subscribe now.

Leave A Reply

Your email address will not be published.