THE BYAPINI

ରାଜସ୍ଥାନରେ ମେଧାବୀ ଛାତ୍ରୀଙ୍କୁ ସ୍କୁଟି ବାଣ୍ଟିଲେ ରାହୁଲ, ସ୍କୁଟି ପଛରେ ବସିଥିବା ଫଟୋ ଭାଇରାଲ

Get real time updates directly on you device, subscribe now.

ଜୟପୁର: ରାଜସ୍ଥାନ ଗସ୍ତରେ ଯାଇ କଂଗ୍ରେସ ନେତା ରାହୁଲ ଗାନ୍ଧୀ ମହରାଣୀ କଲେଜରେ ଛାତ୍ରୀମାନଙ୍କ ସହିତ ଆଲୋଚନା କରିବା ସହିତ ମେଧାବୀ ଛାତ୍ରୀମାନଙ୍କୁ ସ୍କୁଟି ବାଣ୍ଟି ପୁଣିଥରେ ଚର୍ଚ୍ଚାରେ ଅଛନ୍ତି । ସେ ଛାତ୍ରୀଙ୍କ ପଛରେ ସ୍କୁଟିରେ ବସି ବୁଲିବା ଫଟୋକୁ ଅନେକ ଲୋକ ପସନ୍ଦ କରିଛନ୍ତି । ବର୍ତ୍ତମାନ ସମୟରେ ଯୁବପିଢ଼ି ସେମାନଙ୍କ ପାଇଁ କ’ଣ ଆବଶ୍ୟକ ସେ ସମ୍ପର୍କରେ ଆଲୋଚନା କରିବା ଆବଶ୍ୟକ ବୋଲି ଶ୍ରୀ ଗାନ୍ଧୀ ମତଦେଇଛନ୍ତି । କିଛି ଦିନ ତଳେ କୁଲିମାନଙ୍କ ଗହଣରେ ରାହୁଲ ଗାନ୍ଧୀ ଲଗେଜ୍‌ ବୋହୁଥିବା ଫଟୋ ଭଳି ଛାତ୍ରୀଙ୍କ ସ୍କୁଟି ପଛରେ ବସି ବୁଲିବା ଫଟୋ ମଧ୍ୟ ସାମାଜିକ ଗଣମାଧ୍ୟମରେ ଭାଇରାଲ ହୋଇଛି ।

Get real time updates directly on you device, subscribe now.

Leave A Reply

Your email address will not be published.