THE BYAPINI

ରାଜସ୍ୱ ମନ୍ତ୍ରୀ ପଦ ଛାଡିଲେ ପ୍ରମିଳା ସୁଦାମ ମାରାଣ୍ଡିଙ୍କୁ ମିଳିଳା ଅତିରିକ୍ତ ଦାୟିତ୍ୱ

Get real time updates directly on you device, subscribe now.

ଭୁବନେଶ୍ୱର: ପ୍ରମିଳା ମଲ୍ଲିକ ଆଜି ରାଜସ୍ୱ ମନ୍ତ୍ରୀ ପଦରୁ ଇସ୍ତଫା ଦେଇ ବାଚସ୍ପତି ପାଇଁ ନାମାଙ୍କନ ଦାଖଲ କରିଛନ୍ତି । ଫଳରେ ଖାଲି ଥିବା ରାଜସ୍ୱ ବିଭାଗର ଦାୟିତ୍ୱ ଗଣଶିକ୍ଷା ମନ୍ତ୍ରୀ ସୁଦାମ ମାରାଣ୍ଡିଙ୍କୁ ଦିଆଯାଇଛି । ସୁଦାମ ମାରାଣ୍ଡିଙ୍କୁ ଅତିରିକ୍ତ ଭାବେ ଏହି ଦାୟିତ୍ୱ ଦିଆଯାଇଛି । ସୁଦାମ ମାରାଣ୍ଡି ପୂର୍ବରୁ ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ବିଭାଗ ସମ୍ଭାଳି ସାରିଥିବା ବେଳେ ତାଙ୍କୁ ପୁନଃ ଏହି ପଦ ପାଇଁ ଚୟନ କରାଯାଇଛି । ରାଜ୍ୟ ମନ୍ତ୍ରୀମଣ୍ଡଳରେ ଏବେ ରାଜସ୍ୱ ଓ ଉଚ୍ଚ ଶିକ୍ଷା ପରି ଦୁଇ ଗୁରୁତ୍ୱପୂର୍ଣ୍ଣ ମନ୍ତ୍ରୀ ପଦ ଖାଲି ପଡିଥିବାରୁ ଖୁବ୍‌ଶୀଘ୍ର ମନ୍ତ୍ରୀମଣ୍ଡଳ ଅଦଳବଦଳ ହୋଇପାରେ ବୋଲି ଚର୍ଚ୍ଚା ହେଉଛି । କିଛି ଦିନ ପୂର୍ବରୁ ରୋହିତ ପୂଜାରୀଙ୍କୁ ବିଦା କରାଯାଇଥିବାବେଳେ ଉଚ୍ଚ ଶିକ୍ଷା ବିଭାଗର ମୁଖ୍ୟ ପଦ ଖାଲି ପଡିଛି । ଖାଦ୍ୟ ଓ ନିରାପତ୍ତା ମନ୍ତ୍ରୀ ଅତନୁ ସବ୍ୟସାଚୀ ନାୟକଙ୍କୁ ଏହି ବିଭାଗର ଅତିରିକ୍ତ ଦାୟିତ୍ୱ ଦିଅଯାଇଛି । ସେହିପରି ଏବେ ରାଜସ୍ୱ ବିଭାଗ ଖାଲି ହେବାରୁ ସୁଦାମ ମାରାଣ୍ଡିଙ୍କୁ ମିଳିଛି ଅତିରିକ୍ତ ଦାୟିତ୍ୱ ।

Get real time updates directly on you device, subscribe now.

Leave A Reply

Your email address will not be published.