THE BYAPINI

ରାଜ୍ୟରେ ପୁରୁଷଙ୍କ ତୁଳନାରେ ମହିଳା ଭୋଟରଙ୍କ ହାର ବଢିଛି

Get real time updates directly on you device, subscribe now.

ଭୁବନେଶ୍ୱର: ପୁରୁଷଙ୍କ ତୁଳନାରେ ମହିଳା ଭୋଟରଙ୍କ ହାର ବଢିଛି। ୨୦୧୯ରେ ପ୍ରତି ହଜାରେ ପୁରୁଷରେ ୯୪୬ ମହିଳା ଥିବା ବେଳେ ୨୦୨୪ରେ ୯୭୨କୁ ବୃଦ୍ଧି ହୋଇଛି। ୫ ଜାନୁଆରୀ ୨୦୨୪ ସୁଦ୍ଧା ରାଜ୍ୟରେ ମୋଟ ଭୋଟରଙ୍କ ସଂଖ୍ୟା ୩ କୋଟି ୩୨ ଲକ୍ଷ ୩୬ ହଜାର ୩୬୦ରେ ପହଞ୍ଚିଛି। ଏଥିରେ ପୁରୁଷ ଭୋଟର ୧ କୋଟି ୬୮ ଲକ୍ଷ ୫୦ ହଜାର ୯୪୯ ରହିଛନ୍ତି। ମହିଳା ଭୋଟରଙ୍କ ସଂଖ୍ୟା ୧ କୋଟି ୬୩ ଲକ୍ଷ ୮୨ ହଜାର ୩୧ ଜଣ ରହିଛି।

ରାଜ୍ୟରେ ତୃତୀୟ ଲିଙ୍ଗ ଭୋଟର ହେଲେ ୩ ହଜାର ୩୮୦ ଜଣ। ରାଜ୍ୟରେ ଯୁବ ଭୋଟର ଅର୍ଥାତ ୧୮-୧୯ବର୍ଷଙ୍କ ସଂଖ୍ୟା ହେଲା ୭ ଲକ୍ଷ ୫୪ ହଜାର ୯୪୬ ଜଣ । ଯାହାକି ବିଗତ ୫ ବର୍ଷରେ ସର୍ବାଧିକ ବା ୨.୨୭ ପ୍ରତିଶତ ରହିଛି । ମୋଟ ଦିବ୍ୟାଙ୍ଗ ଭୋଟରଙ୍କ ସଂଖ୍ୟା ୪ ଲକ୍ଷ ୫୭ ହଜାର ୮୨୧ ରହିଛି । ସେହିପରି ରାଜ୍ୟରେ ବରିଷ୍ଠ ଭୋଟର ତଥା ଯାହାଙ୍କ ବୟସ ୮୦ ବର୍ଷରୁ ଅଧିକ, ସେମାନଙ୍କ ସଂଖ୍ୟା ହେଲା ୬ ଲକ୍ଷ ୮୫ ହଜାର ୪୮।


ଭୋଟର ତାଲିକାରେ ୧୨ ଲକ୍ଷ ୯୭ ହଜାର ୯୫୪ ଜଣ ନୂଆ ଭୋଟର ଯୋଡ଼ି ହୋଇଛନ୍ତି । ସେଥିରେ ୧୮ରୁ ୧୯ ବର୍ଷ ମଧ୍ୟରେ ରହିଛନ୍ତି ୪ ଲକ୍ଷ ୭୬ ହଜାର ୯୬୯ ଜଣ ଯୁବ ଭୋଟର । ୭ଲକ୍ଷ ୧୬ ହଜାର ୮୦୭ ଜଣ ଭୋଟର ତାଲିକାରୁ ବାଦ ପଡିଥିବା ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀ ନିକୁଞ୍ଜ ବିହାରୀ ଧଳ।

Get real time updates directly on you device, subscribe now.

Leave A Reply

Your email address will not be published.