THE BYAPINI

ରାଜ୍ୟରେ ସ୍ରିମ୍‌ ସ୍କିମ୍‌ ଯୋଜନାରେ ଗ୍ରାମାଞ୍ଚଳର ଛୋଟ ଉଦ୍ୟୋଗୀ ସୃଷ୍ଟି ପାଇଁ ମୁଖ୍ୟମନ୍ତ୍ରୀଙ୍କ ଗୁରୁତ୍ୱ

Get real time updates directly on you device, subscribe now.

ଭୁବନେଶ୍ୱର: କ୍ଷୁଦ୍ର ଓ ମଧ୍ୟମ ଶିଳ୍ପ କ୍ଷେତ୍ରରେ ନୂତନ ଯୋଜନାମାନ ଲାଗୁ କରାଇ ଯୁବବର୍ଗଙ୍କୁ ଆର୍ଥିକ ଭାବେ ସ୍ୱାବଲମ୍ବୀ କରିବା ପାଇଁ ସରକାର ଗୁରୁତ୍ୱ ପ୍ରଦାନ କରିଛନ୍ତି । ଜାତୀୟ କ୍ଷୁଦ୍ର ଶିଳ୍ପ ଦିବସ ଅବସରରେ ଶିଳ୍ପ ବିଭାଗ ପକ୍ଷରୁ ସ୍ରିମ୍‌ ସ୍କିମ୍‌ ଯୋଜନାର ବିଧିବଦ୍ଧ ବିଜ୍ଞପ୍ତି ପ୍ରକାଶ ପାଇଛି । । ମୁଖ୍ୟମନ୍ତ୍ରୀ ସ୍ରିମ୍‌ ସ୍କିମ୍‌ ଯୋଜନା ଅନୁସାରେ ଏମ୍‌ଏସ୍‌ଏମ୍‌ଇ ସେକ୍ଟରରେ ୧୦ ଲକ୍ଷ ପର୍ଯ୍ୟନ୍ତ ନିବେଶକାରୀଙ୍କୁ ସମ୍ପୂର୍ଣ୍ଣ ଋଣ ଛାଡ଼, ୧୦ ଲକ୍ଷରୁ ୫୦ ଲକ୍ଷ ପର୍ଯ୍ୟନ୍ତ ନିବେଶକାରୀଙ୍କୁ ୭୫% ଓ ୫୦ ଲକ୍ଷରୁ ୧ କୋଟି ଯାଏଁ ୫୦ % , ୧ କୋଟିରୁ ୩ କୋଟି ପର୍ଯ୍ୟନ୍ତ ନିବେଶକାରୀଙ୍କୁ ୨୫% ଋଣ ରିହାତି ଯୋଗାଇ ଦିଆଯିବ । ଅର୍ଥନୈତିକ ବିକାଶରେ କ୍ଷୁଦ୍ରଶିଳ୍ପ ଗୁରୁତ୍ୱପୂର୍ଣ୍ଣ ଭୂମିକା ତୁଲାଇବାକୁ ଯାଉଛି । ସ୍ରିମ୍‌ ସ୍କିମ୍‌ ଯୋଜନା ଓଡ଼ିଶାରେ କ୍ଷୁଦ୍ର ଶିଳ୍ପର ନୂଆ ଆଶା ସଂଚାର କରିବାକୁ ଯାଉଛି । ଏଣିକି ଏମ୍‌ଏସ୍‌ଏମ୍‌ଇ କ୍ଷେତ୍ରର ନିବେଶ ପାଇଁ ଋଣ ରିହାତି ଯୋଗାଇ ଦେବେ ରାଜ୍ୟ ସରକାର । ଛୋଟ ବ୍ୟବସାୟୀ ଓ କ୍ଷୁଦ୍ର ଶିଳ୍ପକୁ ପ୍ରୋତ୍ସାହନ ଯୋଗାଇ ଦେବାକୁ ଏହା ସହାୟକ ହେବ । ପ୍ରତି ଗାଁ ଗଣ୍ଡାରେ କ୍ଷୁଦ୍ର ଉଦ୍ୟୋଗୀ ନିର୍ମାଣ କରିବା ସହ ଯୁବପିଢିଙ୍କୁ ରୋଜଗାର ଯୋଗାଇ ଦେବାକୁ ରାଜ୍ୟ ସରକାର ଗୁରୁତ୍ୱ ପ୍ରଦାନ କରିଛନ୍ତି ବୋଲି ଶିଳ୍ପ ମନ୍ତ୍ରୀ ପ୍ରତାପ ଦେବ କହିଛନ୍ତି ।

ଶିଳ୍ପ କ୍ଷେତ୍ରରେ ଅଧିକ ନିଯୁକ୍ତି ସୃଷ୍ଟି କରୁଥିବା ଏମଏସଏମଇ ସେକ୍ଟରର ଅଭିବୃଦ୍ଧି ପାଇଁ ମୁଖ୍ୟମନ୍ତ୍ରୀ ସବୁବେଳେ ଗୁରୁତ୍ୱ ଦେଇଆସିଛନ୍ତି । କ୍ଷୁଦ୍ର ଶିଳ୍ପ ପ୍ରତିଷ୍ଠା ଆର୍ଥିକ ସ୍ଥିତିକୁ ଅଧିକ ମଜଭୁତ କରିବା ସହ ବ୍ୟାପକ ନିଯୁକ୍ତି ସୃଷ୍ଟି କରିବ ବୋଲି ଜାତୀୟ କ୍ଷୁଦ୍ର ଶିଳ୍ପ ଦିବସରେ ଟୁଇଟ କରି ମୁଖ୍ୟମନ୍ତ୍ରୀ ଆଶା ପୋଷଣ କରିଛନ୍ତି ।
ଜାତୀୟ କ୍ଷୁଦ୍ର ଶିଳ୍ପ ଦିବସ ଅବସରରେ ନୂଆଦିଲ୍ଲୀ ଠାରେ ଆୟୋଜିତ କାର୍ଯର୍୍ୟକ୍ରମରେ ଗତ ୯ ବର୍ଷ ମଧ୍ୟରେ ଏମଏସଏମଇ ମନ୍ତ୍ରଣାଳୟ ଦ୍ୱାରା ପରିଚାଳିତ ୧୮ ଟି ଟୁଲ ରୁମ ଏବଂ ଟେକ୍ନୋଲୋଜି କେନ୍ଦ୍ର ମାଧ୍ୟମରେ ୧୬ ଲକ୍ଷ ଯୁବକଙ୍କୁ ତାଲିମ ଦିଆଯାଇଛି ଏବଂ ୩ ଲକ୍ଷରୁ ଅଧିକ ଏମଏସଏମଇ ୟୁନିଟ୍‌ ଉପକୃତ ହୋଇଛନ୍ତି ବୋଲି କେନ୍ଦ୍ର ମନ୍ତ୍ରୀ ନାରାୟଣ ରାଣେ କହିଛନ୍ତି । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଆତ୍ମନିର୍ଭରଶୀଳ ଭାରତର ସ୍ୱପ୍ନକୁ ସାକାର କରିବାରେ ଏହି କେନ୍ଦ୍ରଗୁଡ଼ିକ ଗୁରୁତ୍ୱପୂର୍ଣ୍ଣ ଯୋଗଦାନ ଦେଉଛନ୍ତି ବୋଲି ସେ କହିଛନ୍ତି ।

Get real time updates directly on you device, subscribe now.

Leave A Reply

Your email address will not be published.