ଭୁବନେଶ୍ୱର : ରାଜ୍ୟର ସବୁ ବିଶ୍ବବିଦ୍ୟାଳୟ କ୍ୟାମ୍ପସରେ ଛାତ୍ର ଛାତ୍ରୀଙ୍କୁ ମାଗଣା WiFi ସୁବିଧା ମିଳିବ। ଯାହାକି ଛାତ୍ରଛାତ୍ରୀଙ୍କୁ ପାଠପଢିବାରେ ସାହାଯ୍ଯ ଯୋଗାଇବ । ପିଲାଙ୍କ ଶିକ୍ଷାରେ ସୁବିଧାକୁ ନଜରରେ ରଖି ଉଚ୍ଚଶିକ୍ଷା ବିଭାଗର ଏହି ନିଷ୍ପତ୍ତି ନେଇଛି । ଅଧିକାଂଶ ପାଠ୍ୟ ପୁସ୍ତକ ଅନ୍ ଲାଇନରେ ରହିଛି । ମାଗଣା ଓ୍ବାଇଫାଇ ସୁବିଧା ଦ୍ବାରା ଛାତ୍ରଛାତ୍ରୀଙ୍କ ଅଧ୍ୟୟନରେ ସହାୟକ ହେବ । ଯାହା ଫଳରେ ଶୈକ୍ଷିକ ବାତାବରଣରେ ଉନ୍ନତି ଆସିପାରିବ। ଏଥିପାଇଁ କ୍ୟାମ୍ପସ ରେ ଓ୍ବାଇଫାଇ ନେଟଓ୍ବର୍କ ଇନଷ୍ଟଲ କରିବା ଲାଗି ବ୍ୟୟ ଅଟକଳ ଦେବାକୁ ସବୁ ବିଶ୍ବବିଦ୍ୟାଳୟର କୁଳସଚିବଙ୍କୁ ନିର୍ଦ୍ଦେଶ ଦେଇଛି ଉଚ୍ଚଶିକ୍ଷା ବିଭାଗ ।