ନୂଆଦିଲ୍ଲୀ: ଆସନ୍ତା ଜାନୁଆରୀ ୨୨ ତାରଖରେ ହେବାକୁ ଥିବା ରାମ ମନ୍ଦିର ପ୍ରାଣ ପ୍ରତିଷ୍ଠା ଉତ୍ସବରେ ସାମିଲ ହେବେ ବରିଷ୍ଠ ବିଜେପି ନେତା ଲାଲକୃଷ୍ଣ ଆଡଭାନୀ । ଏହା ପୂର୍ବରୁ ସେ ଏକ ବଡ ବୟାନ ଦେଇଛନ୍ତି । ଅଯୋଧ୍ୟାରେ ଏକ ଭବ୍ୟ ରାମ ମନ୍ଦିର ନିର୍ମାଣ ନିୟତିର ନିର୍ଦ୍ଦେଶ ଥିଲା । ଏଥି ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଭଗବାନ ରାମ ଚୟନ କରିଥିଲେ ବୋଲି କହିଛନ୍ତି ଆଡଭାନୀ । ରାଷ୍ଟ୍ରଧର୍ମ ପତ୍ରିକାର ଏକ ଆର୍ଟିକିଲରେ ଏପରି ଉଲ୍ଲେଖ ହୋଇଛି ।
୧୯୯୦ ମସିହା ସେପ୍ଟେମ୍ବର ୨୫ ତାରିଖ ଅର୍ଥାତ ୩୩ ବର୍ଷ ପୂର୍ବେ ଆରମ୍ଭ ହୋଇଥିବା ତାଙ୍କର ଐତିହାସିକ ରଥ ଯାତ୍ରାର ମୂହୁର୍ତ୍ତକୁ ମନେ ପକାଇ ଆଡଭାନୀ କହିଛନ୍ତି, “ଯେତେବେଳେ ଆମେ ଯାତ୍ରା ଆରମ୍ଭ କରିଥିଲୁ ସେତେବେଳେ ଆମେ ଜାଣି ନଥିଲୁ ଯେ ଏହା ଦେଶବ୍ୟାପି ଆନ୍ଦୋଳନରେ ପରିଣତ ହେବ । ସେତେବେଳେ ପିଏମ ମୋଦି ମୋର ସାଥୀ ଥିଲେ । ଯଦିଓ ସେତେବେଳେ ସେ ଏତେ ଜଣାଶୁଣା ନଥିଲେ, କିନ୍ତୁ ସେତେବେଳେ ପ୍ରଭୁ ରାମରାନ୍ଦ୍ର ତାଙ୍କ ଭକ୍ତ ( ପ୍ରଧାନମନ୍ତ୍ରୀ ମୋଦି) ମନ୍ଦିର ନିର୍ମାଣ କରିବା ପାଇଁ ବାଛିଥିଲେ ।”
”ରାମ ମନ୍ଦିର ପାଇଁ ହୋଇଥିବା ଆନ୍ଦୋଳନ ମୋ ରାଜନୀତିକ ଜୀବନର ପ୍ରମୁଖ ସମୟ ଥିଲା । ଏହା ଏମିତି ଏକ ଯାତ୍ରା ଯାହା ମୋତେ ଭାରତକୁ ପୁର୍ନରଗଠନ କରିବା ଓ ଏହି ପ୍ରକ୍ରିୟାରେ ସାମିଲ ହୋଇ ମୁଁ ମୋ ନିଜକୁ ବୁଝିବା ପାଇଁ ପ୍ରେରିତ ହୋଇଥିଲି । ରଥଯାତ୍ରା ସମୟର ଅନେକ ଅନୁଭୂତି ରହିଛି ଯାହା ଦ୍ବାରା ମୋ ମୁଁ ମଧ୍ୟ ପ୍ରଭାବିତ ହୋଇଥିଲି । ରଥ ଦେଖିବା ପରେ ଦୂରଦୂରାନ୍ତରୁ ବହୁ ଲୋକ ମୋତେ ସାକ୍ଷାତ କରିବାକୁ ଆସୁଥିଲେ । ଭଗବାନ ରାମଙ୍କ ଗୁଣଗାନ କରିବା ସହ ସେମାନେ ଭାବବିହ୍ବଳ ହୋଇପଡୁଥିଲେ । ସେହି ସମୟରେ ମୁଁ ଅନୁଭବ କଲି ଯେ ଦେଶର ଅନେକ ଲୋକ ରାମ ମନ୍ଦିର ନିର୍ମାଣର ସ୍ବପ୍ନ ଦେଖନ୍ତି । ଏହା ମଧ୍ୟ ଭାବିଥିଲି ଯେ, ନିୟତି ନିଷ୍ପତ୍ତିରେ ଦିନେ ଅଯୋଧ୍ୟାରେ ପ୍ରଭୁ ରାମଙ୍କ ଏକ ବିଶାଳ ମନ୍ଦିର ନିର୍ମାଣ ହେବ । ବର୍ତ୍ତମାନ ତାହା ପୂରଣ ହେବାକୁ ଯାଉଛି
Get real time updates directly on you device, subscribe now.
