THE BYAPINI

ବଢୁଛି ଓଟିଭିର ଅଡୁଆ । ସ୍ୱାଧୀକାର ଭଙ୍ଗ ପ୍ରସ୍ତାବ ପାଇଁ ଚିଠି ଲେଖିଲେ ଚନ୍ଦ୍ରାଣୀ ମୁର୍ମୁ ।

Get real time updates directly on you device, subscribe now.

ଓଟିଭି ବିରୋଧରେ ସ୍ବାଧିକାର ଭଙ୍ଗ ପ୍ରସ୍ତାବ ଓ କାର୍ଯ୍ୟାନୁଷ୍ଠାନ ପାଇଁ ଲୋକସଭା ବାଚସ୍ପତି ଓମ୍ ବିର୍ଲାଙ୍କୁ କେନ୍ଦୁଝର ସାଂସଦ ଚନ୍ଦ୍ରାଣୀ ମୁର୍ମୁ ଏକ ଚିଠି ଲେଖିଛନ୍ତି । ଏଥିରେ ସେ ଓଟିଭି ବିରୋଧରେ ସ୍ୱାଧୀକାର ଭଙ୍ଗ ନୋଟିସ ଆଣିବାକୁ ଲୋକସଭା ବାଚସ୍ପତିଙ୍କ ନିକଟରେ ଦାବି କରିଛନ୍ତି । ଉଦ୍ଦେଶ୍ୟମୂଳକ ଭାବେ ଓଟିଭି ତାଙ୍କ ଭାବମୂର୍ତ୍ତି କ୍ଷୁର୍ଣ୍ଣ କରିବାକୁ ପ୍ରୟାସ କରୁଥିବା ଅଭିଯୋଗ ଆଣିଛନ୍ତି ଚନ୍ଦ୍ରାଣୀ । ଅଶ୍ଳୀଳ ଭିଡିଓ ଭାଇରାଲ୍ କରି ତାଙ୍କୁ ମାନସିକ ନିର୍ଯାତନା ଦିଆଯାଇଛି। ତାଙ୍କୁ ବଦନାମ କରିବାକୁ ଷଡ଼ଯନ୍ତ୍ର କରାଯାଇଛି ବୋଲି ଚିଠିରେ ଉଲ୍ଲେଖ କରିଛନ୍ତି କେନ୍ଦୁଝର ସାଂସଦ ।

ସଂସଦର କନିଷ୍ଠ ଓ ଆଦିବାସୀ ସଂପ୍ରଦାୟର ଯୁବ ସାଂସଦ ହେଉଛନ୍ତି ସୁଶ୍ରୀ ଚନ୍ଦ୍ରାଣୀ ମୁର୍ମୁ । ଓଟିଭି ରିପୋର୍ଟର ଓ ଅନ୍ୟମାନେ ଜାଣିଶୁଣି ତାଙ୍କର ଅଶ୍ଳୀଳ ଭିଡିଓ ଭାଇରାଲ କରିଥିଲେ । ତାଙ୍କୁ ମାନସିକ ନିର୍ଯାତନା ଦେବାକୁ ଏବଂ ତାଙ୍କ ଭାବମୂର୍ତ୍ତି କ୍ଷୁର୍ଣ କରିବାକୁ ଏଭଳି ଉଦ୍ଦେଶ୍ୟମୂଳକ ଭାବେ କରାଯାଇଥିବା ସେ ଏହି ଚିଠିରେ ଅଭିଯୋଗ କରିଛନ୍ତି ।

ଅକ୍ଟୋବର ୧୫ ପରଠାରୁ ଓଟିଭିରେ ବିଭ୍ରାନ୍ତିକର ଖବର ପରିବେଷଣ କରାଯାଇଛି । ତାଙ୍କ ବିରୋଧରେ ହୋଇଥିବା ଅପରାଧିକ ଷଡଯନ୍ତ୍ରରେ ସାଂବାଦିକ ରମେଶ ରଥ ସଂପୃକ୍ତ ଥିବା ସେ ଅଭିଯୋଗ ଆଣିଛନ୍ତି । ଓଟିଭି ଉଦ୍ଦେଶ୍ୟମୂଳକ ଭାବେ ତାଙ୍କ ବିରୋଧରେ ଖବର ପରିବେଷଣ କରି ତାଙ୍କ ଭାବମୂର୍ତିରେ ଆଂଚ ଆଣିଛି । ଓଟିଭି ଏହାର ସାଂବାଦିକ ରମେଶ ରଥଙ୍କୁ ସୁରକ୍ଷା ଦେବାକୁ ଅନେକ ମିଛ ଖବର ପରିବେଷଣ କରୁଥିବାରୁ ଲୋକସଭା ବାଚସ୍ପତିଙ୍କ ଠାରୁ ସେ ସୁରକ୍ଷା ମାଗିଛନ୍ତି । ଏହି ଘଟଣାରେ ପୁଲିସ ଓଟିଭି ସାମ୍ବାଦିକ ରମେଶ ରଥଙ୍କୁ ନୋଟିସ୍ କରି ଜେରା କରିଛି ।

Get real time updates directly on you device, subscribe now.

Leave A Reply

Your email address will not be published.