THE BYAPINI

ଶନିବାର ଠାରୁ ନନ୍ଦନକାନନ ରୋପୱେ ରେ ମଜା ଉଠାଇବେ ପର୍ଯ୍ୟଟକ ଆଜି ଉଦ୍‌ଘାଟନ

Get real time updates directly on you device, subscribe now.

ବାରଙ୍ଗ,୧୭/୧୧: ଦୀର୍ଘ ୧୨ ବର୍ଷ ଅପେକ୍ଷାର ଅନ୍ତ ଘଟିବାକୁଯାଉଛି । ନନ୍ଦନକାନନରେ ଚାଲିବ ରୋପୱେ । ଆଜି ଅପରାହ୍ନ ୪ଟାରେ ଜଙ୍ଗଲ ପରିବେଶ ଓ ଜଳବାୟୁ ପରିବର୍ତ୍ତନ ମନ୍ତ୍ରୀ ପ୍ରଦୀପ କୁମାର ଅମାତ ନନ୍ଦନକାନନ ରୋପୱେକୁ ଉଦ୍ଘାଟନ କରିବେ । ଶନିବାର ଠାରୁ ପର୍ଯ୍ୟଟକମାନେ ରୋପୱେରେ ବୁଲିବାର ମଜା ଉଠାଇ ପାରିବେ । ଉଭୟ ପ୍ରାଣୀ ଉଦ୍ୟାନ ଓ ଉଦ୍ଭିଦ ଉଦ୍ୟାନରେ ସୋମବାର ବ୍ୟତୀତ ପ୍ରତ୍ୟେକ ଦିନ ସକାଳ ୮ଟାରୁ ଅପରାହ୍ଣ ୪ଟା ମଧ୍ୟରେ ପର୍ଯ୍ୟଟକ ରୋପୱେରେ ବୁଲିପାରିବେ । ନନ୍ଦନକାନନ ରୋପୱେରେ ବୁଲିବା ପାଇଁ ଟିକଟ ମୂଲ୍ୟ ୧୨୦ ଟଙ୍କା ରହିଛି । ପ୍ରାଣୀ ଉଦ୍ୟାନରୁ ଉଦ୍ଭିଦ ଉଦ୍ୟାନକୁ ରୋପୱେରେ ଯିବାର ସୁବିଧା ରହିଛି ଏଥାପାଇଁ ଅଧିକ ୨୦ଟଙ୍କା ଅର୍ଥାତ୍ ୧୪୦ ଟଙ୍କା ଦେବାକୁ ପଡ଼ିବ ।

Get real time updates directly on you device, subscribe now.

Leave A Reply

Your email address will not be published.