ମୁମ୍ବାଇ: ଗୁରୁବାର ରିଲିଜ୍ ହୋଇଥିଲା ଶାହାରୁଖ୍ ଖାନ୍ଙ୍କର ବହୁ ପ୍ରତିକ୍ଷିତ ଫିଲ୍ମ ‘ଯବାନ’ । ତେବେ ରିଲିଜ୍ ହେଉ ହେଉ ଏହି ଫିଲ୍ମଟି ବଲିଉଡ୍ର ଅନେକ ରେକର୍ଡ କାଟି ସାରିଲାଣି । ପୁଣି ଥରେ ଶାହାରୁଖ ଖାନ୍ଙ୍କ ଯାଦୁ ଦର୍ଶକଙ୍କୁ ବାନ୍ଧି ଦେଇଥିବା ଦେଖିବାକୁ ମିଳିଛି । ଶାହାରୁଖ ଖାନଙ୍କ ଚଳଚ୍ଚିତ୍ର ପ୍ରଥମ ଦିନରେ ବିଶ୍ୱରେ ୧୨୦ କୋଟିରୁ ଅଧିକ ବେପାର କରିବ ବୋଲି ବିଶେଷଜ୍ଞମାନେ ଆକଳନ କରିଥିଲାବେଳେ ରିଲିଜ ହେବାର ୩ ଦିନରେ ୩୫୦ କୋଟି ଟଙ୍କା ଆୟ କରି ରେକର୍ଡ କଲାଣି ‘ଯବାନ’ । ଯଦି ଏହିଭଳି ଦର୍ଶକୀୟ ସ୍ୱୀକୃତି ମିଳିଚାଲେ ତେବେ ଫିଲ୍ମଟି ଖୁବଶୀଘ୍ର ୧୦୦୦କୋଟି କ୍ଲବରେ ସାମିଲ ହେବ ବୋଲି କେତେକ ବିଶେଷଜ୍ଞ ଆକଳନ କରିଥିଲେ । ୧୦୦କୋଟି କ୍ଲବରେ ସାମିଲ ହେବା ପାଇଁ କିଛି ଫିଲ୍ମକୁ ୧୫ଦିନରୁ ଅଧିକ ସମୟ ଲାଗୁଥିବା ବେଳେ ଶାହରୁଖଙ୍କ ଫିଲ୍ମ ୩ଦିନରେ ୩୫୦କୋଟି ଆୟ କରିବାଟା ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଛି । ଏହି ଆୟ ସହିତ ଅନେକ ଫିଲ୍ମର ରେକର୍ଡ ଭାଙ୍ଗିଛି ‘ଯବାନ’ । ଏହି ଚଳଚ୍ଚିତ୍ରଟି ହିନ୍ଦୀ ଭାଷାରେ ୭୩.୭୬କୋଟି, ତାମିଲରେ ୫.୩୪କୋଟି ଏବଂ ତେଲୁଗୁ ଭାଷାରେ ୩.୭୪କୋଟି ଟଙ୍କା ସଂଗ୍ରହ କରିଛି, ଯାହାଫଳରେ ଭାରତରେ ଫିଲ୍ମଟି ୮୨.୮୪ କୋଟି ଟଙ୍କା ସଂଗ୍ରହ କରିଛି ।