THE BYAPINI

ଶୀତକାଳୀନ ଅଧିବେଶନବେଳେ ବିଦେଶ ଗସ୍ତରେ ଯିବେ ରାହୁଲ

Get real time updates directly on you device, subscribe now.

ନୂଆଦିଲ୍ଲୀ: କଂଗ୍ରେସର ପୂର୍ବତନ ସଭାପତି ରାହୁଲ ଗାନ୍ଧୀ ଡିସେମ୍ବର ୯ରୁ ଡିସେମ୍ବର ୧୪ ପର୍ୟ୍ୟନ୍ତ ଇଣ୍ଡୋନେସିଆ ସମେତ ଚାରିଟି ଦେଶ ଗସ୍ତ କରିବେ। ସଂସଦର ଶୀତକାଳୀନ ଅଧିବେଶନ ଚାଲିଥିବାବେଳେ ସେ ବିଦେଶ ଗସ୍ତ କରିବେ। କେବଳ ଏତିକି ନୁହେଁ, ବିଧାନସଭା ନିର୍ବାଚନର ଫଳାଫଳରେ ୩ ରାଜ୍ୟରେ କଂଗ୍ରେସର ପରାଜୟ ଘଟିଛି। ଏହା ବ୍ୟତୀତ ବିରୋଧୀ ମେଣ୍ଟ ‘ଇଣ୍ଡିଆ’ରେ ଚାଲିଥିବା ମତଭେଦ ଯୋଗୁ ଦଳକୁ ବୁଧବାର ଅନୁଷ୍ଠିତ ହେବାକୁ ଥିବା ବୈଠକକକୁ ସ୍ଥଗିତ ରଖିବାକୁ ପଡିଛି। ଏହି ଗୁରୁତ୍ୱପୂର୍ଣ୍ଣ ଅବସରରେ ରାହୁଲଙ୍କ ବିଦେଶ ଗସ୍ତରେ ଯିବାକୁ ପ୍ରଶ୍ନ ଉଠିଛି।

ରାହୁଲ ତାଙ୍କର ୬ ଦିନିଆ ବିଦେଶ ଗସ୍ତ ସମୟରେ ଇଣ୍ଡୋନେସିଆ, ସିଙ୍ଗାପୁର, ମାଲେସିଆ ଏବଂ ଭିଏତନାମ ଗସ୍ତ କରିବେ। କଂଗ୍ରେସ ଦଳର ସୂତ୍ରରୁ ପ୍ରକାଶ ଯେ, ରାହୁଲଙ୍କ ବିଦେଶ ଯାତ୍ରା ପୂର୍ବରୁ ଯୋଜନା କରାଯାଇଥିଲା। ଏଭଳି ପରିସ୍ଥିତିରେ ତାଙ୍କ ଗସ୍ତରେ ପ୍ରଶ୍ନ ଉଠିବା ଉଚିତ ନୁହେଁ। ତେବେ ବିରୋଧୀ ସହଯୋଗୀ ଦଳ ‘ଇଣ୍ଡିଆ’ ସହ ଜଡିତ ସହକର୍ମୀମାନେ କହିଛନ୍ତି, ଯେଉଁ ସମୟରେ ଦଳ ସହ ମିଳିତ ମଞ୍ଚ ସଙ୍କଟରେ ପଡିଛି, ସେତେବେଳେ ସେ ପରିପକ୍ୱତା ଦେଖାଇ ଏହି ଗସ୍ତକୁ ସ୍ଥଗିତ ରଖିପାରିଥାନ୍ତେ।

Get real time updates directly on you device, subscribe now.

Leave A Reply

Your email address will not be published.