THE BYAPINI

ଶ୍ରୀକ୍ଷେତ୍ରରେ ନବୀନଙ୍କ ଐତିହ୍ୟ କରିଡର ସମୀକ୍ଷା । ମନ୍ଦିର ଚାରିପାଖେ ବୁଲିଲେ, ଶୀଘ୍ର କାମ ସାରିବାକୁ ନିର୍ଦ୍ଦେଶ ଦେଲେ ।

Get real time updates directly on you device, subscribe now.

ପୁରୀ ଐତିହ କରିଡରର ସମୀକ୍ଷା କଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ସୌନ୍ଦର୍ଯ୍ୟକରଣ ଓ ଉନ୍ନୟନ ମୂଳକ କାର୍ଯ୍ୟର ଅନୁଧ୍ୟାନ କଲେ ମୁଖ୍ୟମନ୍ତ୍ରୀ । ଏହାସହ ୩ ମାସ ଭିତରେ ଜମି ଅଧିଗ୍ରହଣ କାମ ଶେଷ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି ମୁଖ୍ୟମନ୍ତ୍ରୀ । ଶ୍ରୀମନ୍ଦିର ପରିକ୍ରମା ପାଇଁ ଭିନ୍ନକ୍ଷମ ଭକ୍ତଙ୍କ ପାଇଁ ହେବ ବ୍ୟବସ୍ଥା ।

ସୁରକ୍ଷା ପାଇଁ ଥିବା ଉପକରଣ ଭକ୍ତଙ୍କ ଦର୍ଶନରେ ବାଧା ନଦେଉ । ସୁରକ୍ଷାର ସହ ଭକ୍ତମାନେ ଯେପରି ଠାକୁରଙ୍କୁ ଦର୍ଶନ କରିବେ ସେହି ବ୍ୟବସ୍ଥା କରାଯିବ ବୋଲି କହିଛନ୍ତି ମୁଖ୍ୟମନ୍ତ୍ରୀ । ଐତିହ କରିଡର ପ୍ରକଳ୍ପ ନକ୍ସାରେ ଏନେଇ ଦୃଷ୍ଟି ଦେବାକୁ ନିର୍ଦ୍ଦେଶ ଦିଆଯାଇଛି । ଏହାସହ ପ୍ରକଳ୍ପ ପାଇଁ ଜମି ଦାନ କରିଥିବା ବ୍ୟକ୍ତିଙ୍କୁ ଧନ୍ୟବାଦ ଜଣାଇଲେ ମୁଖ୍ୟମନ୍ତ୍ରୀ ।

ପ୍ରଥମେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସିଂହଦ୍ବାରରେ ପତିତପାବନଙ୍କୁ ଦର୍ଶନ କରିଥିଲେ। ତାଙ୍କ ସହ ଉନ୍ନୟନ କମିସନର୍‌ ତଥା ଶ୍ରୀମନ୍ଦିର କାର୍ଯ୍ୟକାରୀ ଅଧ୍ୟକ୍ଷ ସୁରେଶ ମହାପାତ୍ର, ୫-ଟି ସଚିବ ଭି. କାର୍ତ୍ତିକେୟନ୍‌ ପାଣ୍ଡିଆନ‌, ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ କ୍ରିଷନ୍‌ କୁମାର ଓ ଜିଲ୍ଲାପାଳ ବଲୱନ୍ତ ସିଂ ଉପସ୍ଥିତ ଥିଲେ। ପତିତପାବନଙ୍କୁ ହାତଯୋଡ଼ି ମୁଣ୍ଡିଆ ମାରିବା ପରେ ମୁଖ୍ୟମନ୍ତ୍ରୀ ଅଧିକାରୀମାନଙ୍କ ସହ ସିଂହଦ୍ବାରରୁ ଚାଲି ଚାଲି ଦକ୍ଷିଣଦ୍ବାର, ପଶ୍ଚିମଦ୍ବାର ଓ ଉତ୍ତରଦ୍ବାର ବୁଲି ଦେଖିବା ସହ ସ୍ଥିତି ଅନୁଧ୍ୟାନ କରିଥିଲେ।

ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କାକୁଡ଼ିଖାଇ ମନ୍ଦିର ନିକଟରେ କିଛି ସମୟ ଅଟକିବା ସହ ଉଚ୍ଛେଦ ଓ ଉନ୍ନୟନ କାର୍ଯ୍ୟ ସମ୍ପର୍କରେ ଅଧିକାରୀଙ୍କଠାରୁ ପଚାରି ବୁଝିଥିଲେ। ସେହିଭଳି ଦକ୍ଷିଣ ଦ୍ବାର, ପଶ୍ଚିମ ଦ୍ବାର ଓ ଉତ୍ତର ଦ୍ବାରରେ କିଛି କିଛି ସମୟ ଅଟକି ମୁଖ୍ୟମନ୍ତ୍ରୀ ଉନ୍ନୟନ କାର୍ଯ୍ୟ ଦେଖିବା ପରେ ପୁନର୍ବାର ଲଙ୍ଗୁଳିମଠ ଦେଇ ସିଂହଦ୍ବାରରେ ବାହାରିଥିଲେ। ଚାଲି ଚାଲି ଶ୍ରୀମନ୍ଦିର ଚତୁଃପାର୍ଶ୍ବ ବୁଲିବା ସମୟରେ ୫-ଟି ସଚିବ ବିଭିନ୍ନ ବିକାଶମୂଳକ କାର୍ଯ୍ୟ ସମ୍ପର୍କରେ ମୁଖ୍ୟମନ୍ତ୍ରୀଙ୍କୁ ବୁଝାଉଥିବାର ଦେଖିବାକୁ ମିଳିଥିଲା।

ମୁଖ୍ୟମନ୍ତ୍ରୀ ‘ଅବଢ଼ା’ ଯୋଜନାର ସମୀକ୍ଷା କରିଥିଲେ। ମହାପ୍ରଭୁଙ୍କ ଦର୍ଶନ ନିମନ୍ତେ ଭକ୍ତମାନେ ଯେଭଳି ସୁରୁଖୁରୁରେ ଧାଡ଼ିରେ ଛିଡ଼ା ହୋଇପାରିବେ ଏବଂ ସିଂହଦ୍ୱାର ବାଟେ ଯାଇପାରିବେ ତାହା ସୁନିଶ୍ଚିତ କରିବାକୁ ମୁଖ୍ୟମନ୍ତ୍ରୀ ନିର୍ଦ୍ଦେଶ ଦେଇଥିଲେ। ବିନା ବାଧାରେ ଦର୍ଶନ ଏବଂ ଭକ୍ତଙ୍କ ସୁରକ୍ଷା ନିମନ୍ତେ ଟେକ୍ନୋଲୋଜି ବ୍ୟବହାର ଉପରେ ସେ ଗୁରୁତ୍ବାରୋପ କରିଥିଲେ।

ଐତିହ୍ୟ କରିଡର୍‌କୁ ଏପରି କରାଯିବ, ଯେମିତି ଦିବ୍ୟାଙ୍ଗମାନେ ମଧ୍ୟ ପରିକ୍ରମା କରିବାକୁ ସମର୍ଥ ହୋଇପାରିବେ। ଏହା ସହ ବୟସ୍କ ବ୍ୟକ୍ତିମାନଙ୍କ ନିମନ୍ତେ ପର୍ଯ୍ୟାପ୍ତ ଇଲେକ୍ଟ୍ରିକ୍ ଗାଡ଼ିର ବ୍ୟବସ୍ଥା ପାଇଁ ପରାମର୍ଶ ଦେଇଥିଲେ। ମେଘନାଦ ପାଚେରିର ଦକ୍ଷିଣ ପଟରେ ଗଛ ଲଗାଇ ଭକ୍ତଙ୍କୁ ଛାଇର ସୁବିଧା ଦେବା, ପଶ୍ଚିମ ପଟରେ କୌଣସି ବିଦ୍ୟୁତ ସବଷ୍ଟେସନ୍ କିମ୍ବା ମାଷ୍ଟର ପ୍ଲାନ୍ କଣ୍ଟ୍ରୋଲ୍ ରୁମ୍ ନ ରଖିବାକୁ ମୁଖ୍ୟମନ୍ତ୍ରୀ ନିର୍ଦ୍ଦେଶ ଦେଇଥିଲେ। ବର୍ତ୍ତମାନ ସେଠାରେ ଥିବା ସେସୁ କଣ୍ଟ୍ରୋଲ୍ ରୁମ୍‌କୁ ସ୍ଥାନାନ୍ତର କରାଯିବ।

ମନ୍ଦିର ପରିକ୍ରମା ବେଳେ ଭକ୍ତମାନେ ମେଘନାଦ ପାଚେରି ଦେଖିବାରୁ ଯେଭଳି ବଞ୍ଚିତ ନ ହୁଅନ୍ତି ସେଥିପ୍ରତି ଧ୍ୟାନ ଦେବାକୁ ସେ ପରାମର୍ଶ ଦେଇଥିଲେ। ଉତ୍ତର ପଟ ସମୀକ୍ଷା ବେଳେ ମୁଖ୍ୟମନ୍ତ୍ରୀ ମହାପ୍ରସାଦ ବଣ୍ଟନର ପର୍ଯ୍ୟାପ୍ତ ସୁବିଧା କରିବାକୁ କହିଥିଲେ।

Get real time updates directly on you device, subscribe now.

Leave A Reply

Your email address will not be published.