THE BYAPINI

ଶ୍ରୀଜୀଉଙ୍କ ଦର୍ଶନ କଲେ ଗୋଆ ମୁଖ୍ୟମନ୍ତ୍ରୀ

Get real time updates directly on you device, subscribe now.

ପୁରୀ : ପୁରୀରେ ଗୋଆ ମୁଖ୍ୟମନ୍ତ୍ରୀ ପ୍ରମୋଦ ସାବନ୍ତ। ଆଜି ସକାଳେ ଗୋଆ ମୁଖ୍ୟମନ୍ତ୍ରୀ ପ୍ରମୋଦ ସାବନ୍ତ ପୁରୀ ଗସ୍ତରେ ଆସି ଶ୍ରୀମନ୍ଦିର ଯାଇ ଶ୍ରୀଜୀଉଙ୍କ ଦର୍ଶନ ସହ ସାନିଧ୍ୟ ଲାଭ କରିଛନ୍ତି। ଶ୍ରୀମନ୍ଦିର କାର୍ୟ୍ୟାଳୟ ନିକଟରେ ପହଂଚିବା ପରେ ପ୍ରଶାସନ ପକ୍ଷରୁ ତାଙ୍କୁ ସ୍ୱାଗତ କରାଯିବା ସହ କଡା ସୁରକ୍ଷା ବଳୟ ମଧ୍ୟରେ ଶ୍ରୀମନ୍ଦିର ମଧ୍ୟକୁ ନିଆଯାଇଥିଲା।

ତେବେ ଗୋଆ ମୁଖ୍ୟମନ୍ତ୍ରୀ ପ୍ରଥମେ ପତିତପାବନଙ୍କୁ ଦର୍ଶନ କାରି ବାଇଶି ପାହାଚ ଦେଇ ରତ୍ନସିଂହାସନରେ ଶ୍ରୀଜୀଉଙ୍କୁ ଦର୍ଶନ କରିଛନ୍ତି । ପରେ ମା ବିମଳା, ମହାଲକ୍ଷ୍ମୀ ଓ ଅନ୍ୟାନ ପାର୍ଶ୍ଵ ଦେଵା ଦେବୀ ଙ୍କୁ ଦର୍ଶନ ସହ ପୂଜାର୍ଚ୍ଚନା କରିଥିଲେ ଗୋଆ ମୁଖ୍ୟମନ୍ତ୍ରୀ। ଏହାପରେ ଶ୍ରୀମନ୍ଦିର ସିଂହଦ୍ଵାର ଦେଇ ପ୍ରସ୍ଥାନ କରିବା ସହ ଭୁବନେଶ୍ୱର ଅଭିମୁଖେ ପ୍ରତ୍ୟାବର୍ତ୍ତନ କରିଛନ୍ତି । ମହାପ୍ରଭୁ ଶ୍ରୀଜଗନ୍ନାଥ ସମସ୍ତଙ୍କର ମଙ୍ଗଳ କରନ୍ତୁ ଏବଂ ଦେଶର ସୁଖ, ସମୃଦ୍ଧି ଓ ଉନ୍ନତି କାମନା କରିଛନ୍ତି ଗୋଆ ମୁଖ୍ୟମନ୍ତ୍ରୀ।

Get real time updates directly on you device, subscribe now.

Leave A Reply

Your email address will not be published.