THE BYAPINI

ଷଷ୍ଠ ଥର ପାଇଁ ଗିନିଜ ବିଶ୍ୱ ରେକର୍ଡ କଲା ଅଯୋଧ୍ୟାର ଭବ୍ୟ ଦୀପୋତ୍ସବ: ୨୨.୨୩ ଲକ୍ଷ ଦୀପ ପ୍ରଜ୍ବଳନ

Get real time updates directly on you device, subscribe now.

ଅଯୋଧ୍ୟା: ଉତ୍ତରପ୍ରଦେଶ ସରକାର ଅଯୋଧ୍ୟାର ୫୧ଟି ଘାଟରେ ୨୨ ଲକ୍ଷ ୨୩ ହଜାର ଦୀପ ଜାଳି ଷଷ୍ଠ ଥର ପାଇଁ ଗିନିଜ ବିଶ୍ୱ ରେକର୍ଡ ସୃଷ୍ଟି କରିଛନ୍ତି। ରାଜ୍ୟପାଳ ଆନନ୍ଦୀବେନ ପଟେଲ, ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ, ଉଭୟ ଉପମୁଖ୍ୟମନ୍ତ୍ରୀ, ୫୨ଟି ଦେଶର ଅନେକ ମନ୍ତ୍ରୀ ଏବଂ ରାଷ୍ଟ୍ରଦୂତ ଏହି କାର୍ଯ୍ୟକ୍ରମରେ ଯୋଗ ଦେଇଥିଲେ। ଦୀପୋତ୍ସବ ଅବସରର ବିଭିନ୍ନ ସାଂସ୍କୃତିକ ମେଢ଼ ଏବଂ ଲୋକନୃତ୍ୟ ଦେଖିବାକୁ ମିଳିଥିଲା। ମେଢ଼ଗୁଡ଼ିକରେ ରାମାୟଣର ବିଭିନ୍ନ ଘଟଣା ପ୍ରଦର୍ଶିତ ହେଇଥିଲା। ଅୱଧ ବିଶ୍ବବିଦ୍ୟାଳୟ ଏବଂ ଅଯୋଧ୍ୟା ଜିଲ୍ଲା ପ୍ରଶାସନ ପକ୍ଷରୁ ୨୫ ହଜାରରୁ ଅଧିକ ସ୍ବେଚ୍ଛାସେବୀଙ୍କୁ ଏକ ସମୟରେ ଦୀପ ପ୍ରଜ୍ବଳନ ପାଇଁ ନିୟୋଜିତ କରାଯାଇଥିଲା। ‘ଗିନିଜ୍‌ ବୁକ୍‌ ଅଫ୍‌ ୱାର୍ଲ‌୍ଡ ରେକର୍ଡ‌୍ସ’ର ଏକ ଟିମ୍‌ ଡ୍ରୋନ୍‌ କ୍ୟାମେରା ମାଧ୍ୟମରେ ଦୀପ ଗଣତି କରିଥିଲେ। ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ଏହି ଦୀପୋତ୍ସବକୁ ଉଦ୍‌ଘାଟନ କରିଥିଲେ। ଏହି ଅବସରରେ ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ ଦୀପୋତ୍ସବ କେବଳ ଉତ୍ତରପ୍ରଦେଶ ଏବଂ ଅଯୋଧ୍ୟା ପାଇଁ ଏକ ବଡ଼ ଘଟଣା ନୁହେଁ, ବରଂ ପ୍ରଧାନମନ୍ତ୍ରୀଙ୍କ ଏକ ଭାରତ ଶ୍ରେଷ୍ଠ ଭାରତର ଏକ ଅନନ୍ୟ ଆୟୋଜନ।

Get real time updates directly on you device, subscribe now.

Leave A Reply

Your email address will not be published.