THE BYAPINI

ସନ୍ଧ୍ୟାରେ ସୋନିଆ ଗାନ୍ଧୀଙ୍କ ବାସଭବନରେ ବସିବ କଂଗ୍ରେସର ବୈଠକ

Get real time updates directly on you device, subscribe now.

ନୂଆଦିଲ୍ଲୀ: ୪ ରାଜ୍ୟର ବିଧାନସଭା ନିର୍ବାଚନର ଫଳାଫଳ ପରେ କଂଗ୍ରେସରେ ଏକ ଚିନ୍ତାର ପରିସ୍ଥିତି ଉପୁଜିଛି। କେବଳ ତେଲଙ୍ଗାନାରେ ସରକାର ଗଠନ କରିବାରେ କଂଗ୍ରେସ ସଫଳ ହୋଇଥିବା ବେଳେ ରାଜସ୍ଥାନ ସମେତ ଅନ୍ୟ ରାଜ୍ୟରେ ପରାଜୟର ସାମ୍ନା କରିବାକୁ ପଡିଛି। ନିର୍ବାଚନ ଫଳାଫଳ ପରେ କଂଗ୍ରେସ ସଂସଦୀୟ ରଣନୀତିକ ଗୋଷ୍ଠୀର ଏକ ବୈଠକ ଡାକିଛି।

କଂଗ୍ରେସର ଏହି ବୈଠକ ସୋମବାର ଅପରାହ୍ନ ୫ଟାରେ କଂଗ୍ରେସ ନେତ୍ରୀ ସୋନିଆ ଗାନ୍ଧୀଙ୍କ ବାସଭବନରେ ଏହି ବୈଠକ ଅନୁଷ୍ଠିତ ହେବାକୁ ଯାଉଛି। ବୈଠକରେ ସଂସଦର ଶୀତକାଳୀନ ଅଧିବେଶନ ଉପରେ ଆଲୋଚନା କରାଯାଇପାରେ।

ରାଜସ୍ଥାନ, ମଧ୍ୟପ୍ରଦେଶ ଏବଂ ଛତିଶଗଡ଼ରେ ବିଜେପିର ବିପୁଳ ବିଜୟ ପରେ ଆଜି (ସୋମବାର) ଲୋକସଭାରେ ବିଜେପି ସାଂସଦମାନେ ସ୍ଲୋଗାନ ଦେଇଥିଲେ । ଶୀତ ଅଧିବେଶନର ପ୍ରଥମ ଦିନରରେ ଗୃହକାର୍ୟ୍ୟ ଆରମ୍ଭ ହେବା ପରେ, ଗୃହ ଭିତରେ ବିଧାନସଭା ନିର୍ବାଚନର ବିଜୟ ଉତ୍ସବ ମନାଇଥିଲେ ବିଜେପି ସାଂସଦମାନେ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଉପସ୍ଥିତିରେ, ବିଜେପି ସାଂସଦମାନେ ଲୋକସଭା ଭିତରେ, ‘ତିସରି ବାର୍ ମୋଦି ସରକାର’ ଏବଂ ‘ ବାର୍ ବାର ମୋଦି ସରକାର’ ସ୍ଲୋଗାନ ଦେଇଥିଲେ । ଏହାସହ ତିନିଟି ରାଜ୍ୟରେ ବିଜେପିର ବିପୁଳ ବିଜୟର ଖୁସି ମନାଇଥିଲେ । 

Get real time updates directly on you device, subscribe now.

Leave A Reply

Your email address will not be published.