ସବୁଜ ବିପ୍ଳବର ଜନକ ଏମ ଏସ ସ୍ବାମୀନାଥନଙ୍କ ପରଲୋକ
ଚେନ୍ନାଇ: ପ୍ରସିଦ୍ଧ ଭାରତୀୟ କୃଷି ବିଜ୍ଞାନୀ ଏମ ଏସ ସ୍ବାମୀନାଥନଙ୍କ ପରଲୋକ । ୯୮ ବର୍ଷ ବୟସରେ ସେ ଚେନ୍ନାଇରେ ଆଜି ଶେଷ ନିଶ୍ବାସ ତ୍ୟାଗ କରିଛନ୍ତି । ମାନକୋମ୍ବୁ ସାମ୍ବାସିଭାନ୍ ସ୍ୱାମୀନାଥନ୍ ବିଶିଷ୍ଟ ଜେନେଟିକ୍ ତଥା କୃଷି ବୈଜ୍ଞାନିକ, ଯିଏ ‘ସବୁଜ ବିପ୍ଳବ’ ମାଧ୍ୟମରେ ଭାରତୀୟ କୃଷିକୁ ପରିବର୍ତ୍ତନ କରିଥିଲେ । ତାଙ୍କୁ ସବୁଜ ବିପ୍ଳବର ଜନକ ବୋଲି କୁହାଯାଏ ।