THE BYAPINI

ସମଲେଶ୍ୱରୀ ପ୍ରକଳ୍ପ ଭାଇଚାରାର ପ୍ରକଳ୍ପ: ମୁଖ୍ୟମନ୍ତ୍ରୀ

Get real time updates directly on you device, subscribe now.

ଭୁବନେଶ୍ବର: ଶନିବାର ବହୁ ପ୍ରତୀକ୍ଷିତ ସମଲେଇ ପ୍ରକଳ୍ପର ଲୋକାର୍ପଣ କରିବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ପ୍ରକଳ୍ପ ପୂର୍ବରୁ ମହାଯଜ୍ଞ ପାଇଁ କଳସ ଯାତ୍ରା ମଧ୍ୟ ସରିଛି। ଶନିବାରଠାରୁ ଆରମ୍ଭ ହେବ ମହାଯଜ୍ଞ । ଏଥି ପାଇଁ ରାଜ୍ୟ ତଥା ରାଜ୍ୟ ବାହାରର ୧୬୯ ମନ୍ଦିରକୁ ନିମନ୍ତ୍ରଣ କରାଯାଇଥିବା ବେଳେ ଲୋକାର୍ପଣ ଉତ୍ସବରେ ଯୋଗଦେବେ ୩ ହଜାରରୁ ଅଧିକ ଅତିଥି । ଖୁବ୍‌ ଆକର୍ଷଣୀୟ ହୋଇଛି ମା’ ସମଲେଇ ମନ୍ଦିରର ରୂପାନ୍ତରିତ ରୂପ ।

ଏହାରି ମଧ୍ୟରେ ପ୍ରକଳ୍ପ ଲୋକାର୍ପଣ ପୂର୍ବରୁ ମୁଖ୍ୟମନ୍ତ୍ରୀ ବାର୍ତ୍ତା ରଖିଛନ୍ତି। ମୁଖ୍ୟମନ୍ତ୍ରୀ କହିଛନ୍ତି ‘‘ମା ସମଲେଶ୍ବରୀ ସାରା ଓଡ଼ିଶାର ଆରାଧ୍ୟ ଦେବୀ। ମା ସମଲେଶ୍ବରୀ ଲୋକଙ୍କ ବିଶ୍ବାସର ଦେବୀ। ଲୋକଙ୍କର ଆସ୍ଥା ଆଉ ବିଶ୍ବାସର ପ୍ରାଣକେନ୍ଦ୍ର। ମାଙ୍କ ଆଶୀର୍ବାଦରେ ପ୍ରକଳ୍ପ ସାକାର ହୋଇଛି । ଏହି ସମଲେଶ୍ବରୀ ପ୍ରକଳ୍ପ ଭାଇଚାରାର ପ୍ରକଳ୍ପ। ପ୍ରକଳ୍ପ ଶ୍ରଦ୍ଧାଳୁଙ୍କର ଗୋଟିଏ ସ୍ବପ୍ନର ପ୍ରକଳ୍ପ ଥିଲା।’’

ଉଲ୍ଲେଖଯୋଗ୍ୟ, ଶନିବାର ଦିନ ସାଢ଼େ ୧୨ଟାରେ ମା’ ସମଲେଇଙ୍କ ପୀଠରେ ପହଞ୍ଚିବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଆଉ ୧୨ଟା ୫୦ ଶୁଭଲଗ୍ନରେ ସମଲେଇ ପ୍ରକଳ୍ପର ଲୋକାର୍ପଣ କରିବେ ମୁଖ୍ୟମନ୍ତ୍ରୀ । ଆସନ୍ତା ୩୧ ତାରିଖରେ ଏହି ମହାଯଜ୍ଞର ପୂର୍ଣ୍ଣାହୁତି ହେବ । ତେବେ

୪୦ ଏକର ଜମିରେ ପ୍ରାୟ ୨ଶହ କୋଟି ଟଙ୍କା ଖର୍ଚ୍ଚରେ ମା’ ସମଲେଇ ପୀଠର ବିକାଶ କରାଯାଇଛି । ଭକ୍ତଙ୍କ ସୁବିଧା ଲାଗି ସମସ୍ତ ବ୍ୟବସ୍ଥା କରାଯାଇଛି । ଭୋଗମଣ୍ଡପ, ପୁରୋହିତଙ୍କ ବିଶ୍ରାମଗୃହ, ମନ୍ଦିରର ୪ପାର୍ଶ୍ବରେ ଐତିହ୍ୟ ଦ୍ବାର । ଶ୍ରଦ୍ଧାଳୁମାନେ ପୀଠର ମୁଖ୍ୟ ଦ୍ବାର ଦେଇ ପ୍ରବେଶ କରିବେ ଓ ଅନ୍ୟ ତିନି ଦ୍ବାର ଦେଇ ପ୍ରସ୍ଥାନ କରିବେ ।

ମନ୍ଦିର ପରିକ୍ରମା ପାଇଁ ୧ କିଲୋମିଟରର ପରିକ୍ରମା ପଥ ନିର୍ମାଣ ହୋଇଛି । ଯାତ୍ରୀଙ୍କ ସୁବିଧା ପାଇଁ ଯାତ୍ରୀ ନିବାସ, ଶୌଚାଳୟ ଆଦି ନିର୍ମାଣ ହୋଇଛି । ପ୍ରସ୍ତୁତ ହୋଇଥିବା ସ୍ବତନ୍ତ୍ର ଦୀପଗୃହରେ ଏକାସାଙ୍ଗରେ ୬ହଜାର ଦୀପ ଜଳିବାର ବ୍ୟବସ୍ଥା କରାଯାଇଛି । ଏଥି ସହ ପାର୍କି ବ୍ୟବସ୍ଥା, ମହାନଦୀ ଆଳତୀ ପାଇଁ ବ୍ୟବସ୍ଥା ରହିଛି । ମା’ ସମଲେଇଙ୍କ ଭବ୍ୟ ରୂପାନ୍ତରଣରେ ଭକ୍ତଙ୍କ ଦିବ୍ୟ ଅନୁଭୂତି ପାଇଁ ବିଶେଷ ଧ୍ୟାନ ଦିଆଯାଇଛି ।

Get real time updates directly on you device, subscribe now.

Leave A Reply

Your email address will not be published.