THE BYAPINI

ସରକାରୀ ସ୍କୁଲରେ ପଢ଼ି ମଧ୍ୟ ଶୀର୍ଷକୁ ଯାଇ ହେବ:ପାଣ୍ଡିଆନ

Get real time updates directly on you device, subscribe now.

ଭୁବନେଶ୍ୱର: ସରକାରୀ ସ୍କୁଲରେ ପାଠପଢ଼ି ମଧ୍ୟ ଭଲ କ୍ୟାରିୟର କରିହେବ ଏବଂ ଶୀର୍ଷକୁ ଯାଇ ହେବ। ଏହି ବାର୍ତ୍ତା ଦେଇଛନ୍ତି ୫-ଟି ଓ ନବୀନ ଓଡ଼ିଶା ଅଧ୍ୟକ୍ଷ କାର୍ତ୍ତିକ ପାଣ୍ଡିଆନ । ଗୁରୁବାର ବଲାଙ୍ଗୀର ଗାନ୍ଧୀ ଷ୍ଟାଡିୟମରେ ଆୟୋଜିତ ନୂଆ-ଓ କାର୍ୟ୍ୟକ୍ରମରେ ଯୋଗଦେଇ ସେ ଛାତ୍ରୀଛାତ୍ରଙ୍କୁ ସଫଳତାର ଗୁରୁମନ୍ତ୍ର ଦେଇଛନ୍ତି। କଠିନ ପରିଶ୍ରମ ହିଁ ସଫଳତାର ସୂତ୍ର । ବଲାଙ୍ଗୀର ଓ ସୁବର୍ଣ୍ଣପୁର ଜିଲାର ବିଭିନ୍ନ ସରକାରୀ ସ୍କୁଲରେ ପଢ଼ି ଆଜି ସଫଳତାର ଶୀର୍ଷରେ ଥିବା କେତେକ ବ୍ୟକ୍ତିଙ୍କ ଉଦାହରଣ ପାଣ୍ଡିଆନ ଦେଇଥିଲେ ।

ସେ ନିଜେ ମଧ୍ୟ ସରକାରୀ ସ୍କୁଲରେ ପାଠ ପଢ଼ି ଆଇଏଏସ୍‌ ଅଫିସର ହୋଇପାରିଥିଲେ ବୋଲି ପାଣ୍ଡିଆନ ପିଲାମାନଙ୍କୁ କହିଥିଲେ । ପ୍ରତିଦିନ ୨୦ କିଲୋମିଟର ସାଇକେଲ ଚଳାଇ ସ୍କୁଲକୁ ଯା’ଆସ କରୁଥିଲେ । ସରକାରୀ ସ୍କୁଲରେ ପାଠପଢ଼ି କଠିନ ପରିଶ୍ରମ ଓ ଆତ୍ମବିଶ୍ବାସ ବଳରେ ଏ ସମସ୍ତେ ଆଜି ସଫଳତା ହାସଲକରି ସଫଳ ବ୍ୟକ୍ତିତ୍ୱର ପରିଚୟ ପାଇଛନ୍ତି। ଛାତ୍ରୀଛାତ୍ରଙ୍କ ସାମଗ୍ରିକ ବିକାଶର ଉନ୍ନତି ଲାଗି ଏହି ନୂଆ କାର୍ୟ୍ୟକ୍ରମ ମୁଖ୍ୟମନ୍ତ୍ରୀ କରିଛନ୍ତି। ଛାତ୍ରୀଛାତ୍ରମାନେ ଏବେ ସେମାନଙ୍କ ଜୀବନର ଗୋଲ୍‌ଡେନ ପିରିୟଡ୍‌ରେ ଅଛନ୍ତି। ୫ବର୍ଷରେ ଯାହା କରିବେ ତା’ ଉପରେ ନିର୍ଭର କରିବ ଆଗାମୀ ୫୦ ବର୍ଷ । ସଫଳତା ଲାଗି ପାଠ ପଢ଼ିବା ଜରୁରୀ ।
ଛାତ୍ରୀଛାତ୍ରଙ୍କ ମଧ୍ୟରେ ଥିବା ଅନ୍ତର୍ନିହିତ ପ୍ରତିଭାକୁ ବାହାରକୁ ଆଣିବାକୁ ପଡ଼ିବ। କୋ-କରିକୁଲାର କାର୍ୟ୍ୟକ୍ରମରେ ଭାଗନେଲେ ସେମାନଙ୍କର ବ୍ୟକ୍ତିତ୍ୱର ସାମଗ୍ରିକ ଉନ୍ନତି ହେବ। ସଫଳ ହେବାକୁ ହେଲେ ବ୍ୟକ୍ତିତ୍ୱ ବିକାଶ କରିବାକୁ ପଡ଼ିବ। ସେଥିଲାଗି ବିଭିନ୍ନ କାର୍ୟ୍ୟକ୍ରମରେ ଅଂଶଗ୍ରହଣ କରିବା ଛାତ୍ରୀଛାତ୍ରଙ୍କ ଲାଗି ଗୁରୁତ୍ୱପୂର୍ଣ୍ଣ। ଏହି ଚିନ୍ତାଧାରାକୁ ନେଇ ମୁଖ୍ୟମନ୍ତ୍ରୀ ଏହି ନୂଆ-ଓ ପ୍ଲାଟଫର୍ମ ଦେଇଛନ୍ତି। କଠିନ ପରିଶ୍ରମ କରିବାକୁ ହେଲେ ସୁସ୍ଥ ରହିବାକୁ ପଡ଼ିବ । ସୁସ୍ଥ ରହିବାକୁ ଅତିକମ୍‌ରେ ୩୦ମିନିଟ ଶାରୀରିକ ବ୍ୟାୟାମ ସହ ମସ୍ତିଷ୍କର ବିକାଶ ଲାଗି ୧୫ ମିନିଟ ଧ୍ୟାନ କରନ୍ତୁ ବୋଲି ୫-ଟି ଅଧ୍ୟକ୍ଷ କାର୍ତ୍ତିକ ପାଣ୍ଡିଆନ କହିଛନ୍ତି । ଏ ଫିଟ୍‌ ବଡି ଗିଭ୍‌ ଫିଟ୍‌ ମାଇଣ୍ଡ୍‌। ସୁସ୍ଥ ରହିଲେ ମନ ସୁସ୍ଥ ରହିବ ଏବଂ ପରିଶ୍ରମ କରିପାରିବେ। ଭବିଷ୍ୟତ ଉଜ୍ଜ୍ୱଳ କରିବାକୁ ହେଲେ ଦିନରାତି ଏକ କରି ପଢ଼ିବାକୁ ପଡ଼ିବ। କଠିନ ପରିଶ୍ରମ କରିବା ସହ ମା’ ବାପା ଓ ଗୁରୁଜନଙ୍କ କଥା ମାନିବାକୁ ଛାତ୍ରୀଛାତ୍ରଙ୍କୁ ପାଣ୍ଡିଆନ କହିଛନ୍ତି ।

Get real time updates directly on you device, subscribe now.

Leave A Reply

Your email address will not be published.