THE BYAPINI

ସରିଲା ହୀରାକୁଦ ଜଳଭଣ୍ଡାରରେ ପକ୍ଷୀ ଗଣନା

Get real time updates directly on you device, subscribe now.

ସମ୍ବଲପୁର : ସରିଲା ହୀରାକୁଦ ଜଳଭଣ୍ଡାରରେ ପକ୍ଷୀ ଗଣନା । ଆସିଲା ପକ୍ଷୀ ଗଣନା ରିପୋର୍ଟ । ଗତବର୍ଷ ଅପେକ୍ଷା ପ୍ରଜାତି ବଢିବା ସହ ସଂଖ୍ୟା ମଧ୍ୟ ବଢିଛନ୍ତି । ଚଳିତ ବର୍ଷ ହୀରାକୁଦକୁ ୧୧୩ ପ୍ରଜାତିର ୩ ଲକ୍ଷ ୪୨ ହଜାର ପକ୍ଷୀ ଆସିଥିବା ସୂଚନା ଦେଇଛନ୍ତି ହୀରାକୁଦ ବନ୍ୟପ୍ରାଣୀ ଡିଭିଜନ ଡିଏଫଓ ଅଂଶୁପ୍ରଜ୍ଞା ଦାଶ । ଏଥର ୨୦ ନୂଆ ପ୍ରଜାତିର ପକ୍ଷୀ ହୀରାକୁଦକୁ ଆସିଥିବା ସେ କହିଛନ୍ତି ।

ସୂଚନା ଅନୁସାରେ, ୨୦୨୩ ମସିହାରେ ୧୦୮ ପ୍ରଜାତିର ୩ ଲକ୍ଷ ୧୬ ହଜାର ପକ୍ଷୀ ଆସିଛନ୍ତି । ଗତବର୍ଷ ଅପେକ୍ଷା ୨୬ ହଜାର ପକ୍ଷୀ ବୃଦ୍ଧି ପାଇଛନ୍ତି । ସେହିପରି ୨୦୨୨ ମସିହାରେ ୧୦୪ ପ୍ରଜାତିର ୨ ଲକ୍ଷ ୮ ହଜାର ପକ୍ଷୀ ଆସିଥିଲେ । ତେବେ ଚଳିତ ବର୍ଷ ସଂଖ୍ୟା ବୃଦ୍ଧି ପାଇଛନ୍ତି ।

Get real time updates directly on you device, subscribe now.

Leave A Reply

Your email address will not be published.