THE BYAPINI

ସିଡିଏ ଅଧ୍ୟକ୍ଷଙ୍କ କାର୍ଯ୍ୟକାଳ ବର୍ଷେ ବଢ଼ିଲା

Get real time updates directly on you device, subscribe now.

କଟକ: ସିଡିଏ ଅଧ୍ୟକ୍ଷ ତଥା ବରିଷ୍ଠ ପ୍ରଶାସକ ଅନିଲ କୁମାର ସାମଲଙ୍କ କାର୍ଯ୍ୟକାଳ ରାଜ୍ୟ ସରକାର ପୁଣି ଏକ ବର୍ଷ ବୃଦ୍ଧି କରିଛନ୍ତି । କଟକ ବଡଡାକ୍ତରଖାନାର ନବୀକରଣ, ଅତ୍ୟାଧୁନିକ କଟକ ନେତାଜୀ ବସ୍‌ଟର୍ମିନାଲ ନିର୍ମାଣ, ତାଳଦଣ୍ଡା କେନାଲ ଏବଂ ରାସ୍ତା ସମ୍ପ୍ରସାରଣ, ରିଂ-ବନ୍ଧ ସମ୍ପ୍ରସାରଣ, ମା’ କଟକ ଚଣ୍ଡୀ ମନ୍ଦିରର ବିକାଶ, ରିଭରଫ୍ରଣ୍ଟ ସମେତ କଟକ ସହରାଞ୍ଚଳର ବିକାଶ ସମେତ ସୌନ୍ଦର୍ଯ୍ୟକରଣ କାର୍ଯ୍ୟ ଭଳି ସହରର ଅନେକ ପ୍ରମୁଖ ପ୍ରକଳ୍ପ କାର୍ଯ୍ୟକାରୀ କରାଯାଉଛି । ସିଡିଏର ଅଧ୍ୟକ୍ଷ ଭାବେ ଶ୍ରୀ ସାମଲ ଏହିସବୁ ପ୍ରକଳ୍ପ କାର୍ଯ୍ୟକୁ ତ୍ୱରାନ୍ୱିତ କରିବାରେ ପ୍ରମୁଖ ଭୂମିକା ଗ୍ରହଣ କରିଛନ୍ତି । ନିକଟରେ ବହୁ ପ୍ରତୀକ୍ଷିତ କଟକ ନେତାଜୀ ବସ୍‌ଟର୍ମିନାଲ ମୁଖ୍ୟମନ୍ତ୍ରୀଙ୍କ ଦ୍ୱାରା ଲୋକାର୍ପିତ ହୋଇ ସିଡିଏ ଦ୍ୱାରା ପରିଚାଳିତ ହେଉଛି ।
ସେ କେନ୍ଦ୍ରାଞ୍ଚଳ ରାଜସ୍ୱ ଆୟୁକ୍ତ ଥିଲାବେଳେ କଟକ ବଡଡାକ୍ତରଖାନା ସମ୍ପ୍ରସାରଣ ପାଇଁ ଜମି ଅଧିଗ୍ରହଣ ଏବଂ ବସ୍ତିବାସୀଙ୍କୁ ଥଇଥାନ କରିବା ପରେ ଏହି କାର୍ଯ୍ୟ ତ୍ୱରାନ୍ୱିତ ହୋଇପାରିଥିଲା । ଶ୍ରୀ ସାମଲଙ୍କ କାର୍ଯ୍ୟକାଳ ଚଳିତମାସରେ ଶେଷ ହେଉଥିଲା ବେଳେ ସହରର ଅନେକ ରୂପାନ୍ତରଣ ପ୍ରକଳ୍ପର କାର୍ଯ୍ୟାନ୍ୱୟନକୁ ଦୃଷ୍ଟିରେ ରଖି ସରକାର ତାଙ୍କର କାର୍ଯ୍ୟକାଳ ଆଉ ଗୋଟିଏ ବର୍ଷ ବଢାଇଛନ୍ତି ।

Get real time updates directly on you device, subscribe now.

Leave A Reply

Your email address will not be published.