THE BYAPINI

ସିନ୍ଦେଙ୍କ ନେତୃତ୍ବାଧୀନ ଦଳ ପ୍ରକୃତ ଶିବସେନା-ବାଚସ୍ପତି

Get real time updates directly on you device, subscribe now.

ମୁମ୍ବଇ: ମହାରାଷ୍ଟ୍ରର ବିଧାନସଭା ବାଚସ୍ପତି ରାହୁଲ ନାରୱେକର ମୁଖ୍ୟମନ୍ତ୍ରୀ ଏକନାଥ ସିନ୍ଦେ ଓ ତାଙ୍କ ସହ ଥିବା ବିଧାୟକଙ୍କ ପଦ କାଏମ ରଖିଛନ୍ତି। ସିନ୍ଦେ ଗୋଷ୍ଠୀ ହିଁ ପ୍ରକୃତ ଶିବସେନା ବୋଲି ସେ କହିଛନ୍ତି।

ମୁଖ୍ୟମନ୍ତ୍ରୀ ଏକନାଥ ସିନ୍ଦେଙ୍କ ସପକ୍ଷରେ ବାଚସ୍ପତି ରାହୁଲ ନାରୱେକର ରାୟ ଦେଇଛନ୍ତି। ପ୍ରକୃତ ଶିବସେନା କାହାର ନେଇ ଗୁରୁତ୍ବପୂର୍ଣ୍ଣ ରାୟରେ ସିନ୍ଦେଙ୍କ ନେତୃତ୍ବାଧୀନ ଦଳ ପ୍ରକୃତ ଶିବସେନା କହିଛନ୍ତି ବାଚସ୍ପତି।

ଏକନାଥ ସିନ୍ଦେ ହିଁ ଶିବସେନାର ବୈଧ ନେତା ବୋଲି ବାଚସ୍ପତି ତାଙ୍କ ରାୟରେ ପ୍ରକାଶ କରିଛନ୍ତି। ଏଥିସହ ଉଦ୍ଧବ ଠାକରେଙ୍କ ସହ ଥିବା ବିଧାୟକମାନଙ୍କୁ ସେ ପ୍ରକୃତ ଶିବସେନାର ମାନ୍ୟତା ଦେଇ ନାହାନ୍ତି। ଫଳରେ ବାଚସ୍ପତିଙ୍କ ରାୟ ପରେ ଉଦ୍ଧବ ଠାକରେ ଗୋଷ୍ଠୀକୁ ବଡ଼ ଝଟକା ଲାଗିଛି।

Get real time updates directly on you device, subscribe now.

Leave A Reply

Your email address will not be published.