THE BYAPINI

ସୀମାରେ ଅନୁପ୍ରବେଶ ରୋକିବ ମହୁମାଛି

Get real time updates directly on you device, subscribe now.

ନୂଆଦିଲ୍ଲୀ : ଭାରତ-ବାଂଲାଦେଶ ସୀମା ଅଞ୍ଚଳରେ ବୃଦ୍ଧି ପାଉଥିବା ଅପରାଧୀକ କାର୍ଯ୍ୟକଳାପ ପାଇଁ ଏକ ଅଭିନବ ଉପାୟ ଅପଣାଇଛି ବିଏସ୍ଏଫ୍। ସୀମାରେ ଅନୁପ୍ରବେଶକାରୀଙ୍କ ଉପରେ ଅଙ୍କୁଶ ଲଗାଇବା ପାଇଁ ଏବେ ମହୁମାଛିର ସାହାଯ୍ୟ ନେବ ସୀମା ସୁରକ୍ଷା ବାହିନୀ । ଭାରତ-ବାଂଲାଦେଶ ସୀମା ଅଞ୍ଚଳ ଏହାର ଜୈବ ବିବିଧତା ଏବଂ ଉଭୟ ପାର୍ଶ୍ୱରେ ଘଞ୍ଚ ଜଙ୍ଗଲ ପାଇଁ ଜଣାଶୁଣା। ଯେଉଁଥି ପାଇଁ ଏହି ସୀମାରେ ଚୋରା ଚାଲାଣ ଏବଂ ଅନୁପ୍ରବେଶ ବହୁ ମାତ୍ରାରେ ବୃଦ୍ଧି ପାଇବାରେ ଲାଗିଛି। ବିଶେଷ କରି ଗୋରୁ ଚୋରା ଚାଲାଣ ଓ ଅନ୍ୟାନ୍ୟ ଅପରାଧ ସାମଗ୍ରୀ ମଧ୍ୟ ଚାଲାଣ ହେଉଛି। ଯାହା ସୀମା ସୁରକ୍ଷା ବଳ(ବିଏସ୍ଏଫ୍) ପାଇଁ ଏକ ଚିନ୍ତାଜନକ ପରିସ୍ଥିତି ସୃଷ୍ଟି କରୁଛି।

ମହୁମାଛିର ସାହାଯ୍ୟ ନେବା କେବଳ ଅନୁପ୍ରବେଶକାରୀଙ୍କୁ ଉପରେ ଲଗାମ ଲଗାଇବ ନାହିଁ ବରଂ ସ୍ଥାନୀୟ ଲୋକଙ୍କୁ ରୋଜଗାର ମଧ୍ୟ ଦେବ।ସୀମାନ୍ତ ଗ୍ରାମଗୁଡିକରେ ସାମଗ୍ରିକ ବିକାଶକୁ ପ୍ରୋତ୍ସାହିତ କରିବା ଉଦ୍ଦେଶ୍ୟରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ନିର୍ଦ୍ଦେଶିତ ଜୀବନ୍ତ ଗ୍ରାମ କାର୍ଯ୍ୟକ୍ରମ ଅଧୀନରେ ପାଇଲଟ ପ୍ରକଳ୍ପ ଭାବରେ ଏହି ପ୍ରକଳ୍ପ ଆରମ୍ଭ କରାଯାଇଛି। ଏହା କେବଳ ସୀମା ଅନୁପ୍ରବେଶ ଏବଂ ଚୋରା ଚାଲାଣ ବନ୍ଦ କରିବ ନାହିଁ ବରଂ ଚାଷୀଙ୍କୁ ମଧ୍ୟ ଉପକୃତ କରିବ।

Get real time updates directly on you device, subscribe now.

Leave A Reply

Your email address will not be published.