THE BYAPINI

ସୁନା ଦୋକାନରେ ସଶସ୍ତ୍ର ଡକାୟତି, ୨୫ ଲକ୍ଷର ଅଳଙ୍କାର ଲୁଟ୍‌

Get real time updates directly on you device, subscribe now.

ସମ୍ବଲପୁର: ସମ୍ବଲପୁର ସଦର ଥାନା ଅନ୍ତର୍ଗତ ମାନେଶ୍ୱର ଛକ ନିକଟରେ ଥିବା ଏକ ସୁନା ଦୋକାନରୁ ଆଜି ସଶସ୍ତ୍ର ଡକାୟତି ହୋଇଛି । ଡକାୟତମାନେ ପ୍ରାୟ ୨୫ ଲକ୍ଷ ଟଙ୍କା ସୁନା ଓ ରୂପା ଅଳଙ୍କାର ନେଇଯାଇଥିବା ଅଭିଯୋଗ ହୋଇଥିବା ବେଳେ ସଦର ଥାନା ପୁଲିସ୍‌ ଘଟଣାର ତଦନ୍ତ କରୁଛି । ସୁନା ଦୋକାନ ମାଲିକ ଅନନ୍ତ ଚରଣ ସାହୁ କହିଛନ୍ତି, ସକାଳ ପ୍ରାୟ ୧୦ଟା ୪୦ ବେଳେ ୫ ଜଣ ଅଜ୍ଞାତ ଲୋକ ଦୋକାନ ଭିତରେ ପଶିଥିଲେ । ସେମାନେ ଦୁଇଟି ବାଇକ୍‌ରେ ଆସିଥିଲେ । ସେମାନେ କର୍ମଚାରୀମାନଙ୍କୁ ବନ୍ଧୁକ ଦେଖାଇ ସୁନା ଓ ରୂପା ଅଳଙ୍କାର ଲୁଟି ନେଇଥିଲେ । ସେମାନେ ପରସ୍ପର ମଧ୍ୟରେ ଓଡ଼ିଆ ଭାଷାରେ କଥାବାର୍ତ୍ତା କରୁଥିଲେ । ଲୁଟ ହୋଇଥିବା ଅଳଙ୍କାରର ମୂଲ୍ୟ ପ୍ରାୟ ୨୫ ଲକ୍ଷ ଟଙ୍କା ହେବ ବୋଲି ଶ୍ରୀ ସାହୁ କହିଛନ୍ତି । ସିସିଟିଭି ଫୁଟେଜ୍‌ ସାହାଯ୍ୟରେ ଲୁଟେରାମାନଙ୍କୁ ଧରିବା ପାଇଁ ସ୍ଥାନୀୟ ପୋଲିସ୍‌ ଚେଷ୍ଟା ଜାରି ରଖିଛି ।

Get real time updates directly on you device, subscribe now.

Leave A Reply

Your email address will not be published.