THE BYAPINI

ସୁସ୍ଥ ହେବାର ୧ ବର୍ଷ ପରେ ମୃତ୍ୟୁବରଣ କରୁଛନ୍ତି ୬.୫% କରୋନା ଆକ୍ରାନ୍ତ

Get real time updates directly on you device, subscribe now.


ନୂଆଦିଲ୍ଲୀ: କରୋନା ଚିକିତ୍ସା ନିମନ୍ତେ ହସ୍ପିଟାଲରେ ଭର୍ତ୍ତି ହୋଇ ଚିକିତ୍ସିତ ହେବା ପରେ ସୁସ୍ଥ ହୋଇ ଘରକୁ ଫେରୁଥିବା ୬.୫% ରୋଗୀ ପ୍ରାୟ ବର୍ଷକ ପରେ ମୃତ୍ୟୁବରଣ କରୁଛନ୍ତି । ହସ୍ପିଟାଲରୁ ଡିସଚାର୍ଜ ହେବାପରେ ମଧ୍ୟ ଦୀର୍ଘ ଏହି ରୋଗୀମାନେ ଦିନ ପର୍ଯ୍ୟନ୍ତ କରୋନା ପରେ ହେଉଥିବା ସ୍ୱାସ୍ଥ୍ୟ ସମସ୍ୟାର ସମ୍ମୁଖୀନ ହେଉଛନ୍ତି । ନିକଟରେ ଇଣ୍ଡିଆନ କାଉନସିଲ ଅଫ ମେଡିକାଲ ରିସର୍ଚ୍ଚ (ଆଇସିଏମ୍‌ଆର) ପକ୍ଷରୁ କରାଯାଇଥିବା ଏକ ଗବେଷଣାରୁ ଏହା ଜଣାପଡିଛି । ୩୧ ଟି ଭିନ୍ନ ଭିନ୍ନ ଡାକ୍ତରଖାନାରେ ଚିକିତ୍ସିତ ହୋଇଥିବା ୧୪,୪୧୯ ରୋଗୀଙ୍କ ତଥ୍ୟ ପରୀକ୍ଷାରୁ ଏହା ଜଣାପଡିଛି । ଲଗାତାର ଭାବେ ଫୋନ୍‌ ମାଧ୍ୟମରେ ସେମାନଙ୍କ ସ୍ୱାସ୍ଥ୍ୟ ଯାଞ୍ଚ କରାଯାଇଥିଲା । ଉକ୍ତ ରୋଗୀମାନେ ଅତି ସାଂଘାତିକ ଭାବେ କରୋନା ସଂକ୍ରମଣର ଶିକାର ହୋଇଥିଲେ ।
ଏହି ରୋଗୀମାନଙ୍କ କ୍ଷେତ୍ରରେ ଦେଖାଯାଉଥିବା କେତେକ ସ୍ୱାସ୍ଥ୍ୟ ସମସ୍ୟା ହେଉଛି, କୌଣସି କଥା ଚିନ୍ତା କରିବାରେ ସମସ୍ୟା ହେବା, ଅତ୍ୟଧିକ ଥକ୍କାପଣ, ଭୁଲିଯିବା ଭଳି ସମସ୍ୟା ଉପୁଜିବା ଏବଂ ଧଇଁସଇଁ ଲାଗିବା । ଯଦି ହସ୍ପିଟାଲରୁ ଡିସଚାର୍ଜ ହେବାର ୪ ସପ୍ତାହ ମଧ୍ୟରେ ରୋଗୀଙ୍କର ଠାରେ ଏହିଭଳି ସମସ୍ୟା ଦେଖଯାଉଛି ତେବେ ଏହା କରୋନା ପରବର୍ତ୍ତୀ ସ୍ୱାସ୍ଥ୍ୟ ଜଟିଳତା ଅଟେ । ଆଇସିଏମ୍‌ଆର ଅଧ୍ୟୟନ ଅନୁଯାୟୀ ହସ୍ପିଟାଲରୁ ଡିସଚାର୍ଜ ହେବାର ବର୍ଷକ ମଧ୍ୟରେ ପୁରୁଷଙ୍କ ମଧ୍ୟରେ ଅଧିକ ମୃତ୍ୟୁ ବିପଦ ରହିଛି । ୬୦ ବର୍ଷରୁ ଊର୍ଦ୍ଧ୍ୱ ଏବଂ ପୂର୍ବରୁ ବିଭିନ୍ନ ସ୍ୱାସ୍ଥ୍ୟ ସମସ୍ୟା ଥିବା ଲୋକ କରୋନା ପରବର୍ତ୍ତୀ ସ୍ୱାସ୍ଥ୍ୟ ଜଟିଳତାର ସମ୍ମୁଖୀନ ହେବାର ଅଧିକ ଆଶଙ୍କା ରହିଛି । ଏହି ଅଧ୍ୟୟନରୁ ଏହା ମଧ୍ୟ ଜଣାପଡିଛି ଯେ କରୋନା ଚିକିତ୍ସା ପାଇଁ ହସ୍ପିଟାଲରେ ଭର୍ତ୍ତି ହୋଇଥିବା ୧୭.୧ % ରୋଗୀଙ୍କ ଠାରେ କରୋନା ପରବର୍ତ୍ତୀ ସ୍ୱାସ୍ଥ୍ୟ ସମସ୍ୟା ଦେଖାଦେଉଛି ।

Get real time updates directly on you device, subscribe now.

Leave A Reply

Your email address will not be published.