THE BYAPINI

ସ୍କୁଟି-ବାଇକ୍‌ ମଧ୍ୟରେ ମୁହାଁମୁହିଁ, ୫ ମୃତ

Get real time updates directly on you device, subscribe now.

ଭଞ୍ଜନଗର : ଗଞ୍ଜାମ ଜିଲ୍ଲା ସୋରଡ଼ା ଥାନା ବରାଡି ନିକଟରେ ସ୍କୁଟି-ବାଇକ୍‌ ମଧ୍ୟରେ ମୁହାଁମୁହିଁ ଧକ୍କାରେ ଚାଲିଗଲା ୫ଜଣଙ୍କ ଜୀବନ । ଏକ ବାଇକ୍‌ରେ ୩ ଜଣ ବସି ଅଶୁରବଦ୍ଧ ଠାରୁ ସୋରଡ଼ା ଅଭିମୁଖେ ଆସୁଥିଲେ । ଏହି ସମୟରେ ବିପରୀତ ଦିଗରୁ ବିଦ୍ୟୁତ ବିଭାଗର ୩ ଜଣ କର୍ମଚାରୀ ଏକ ସ୍କୁଟି ଯୋଗେ ଆସୁଥିଲେ । ହେଲେ ବରାଡି ନିକଟରେ ଉଭୟ ଗାଡି ମଧ୍ୟରେ ମୁହାଁମୁହିଁ ଧକ୍କା ହୋଇଥିଲା । ଯାହାଫଳରେ ସମସ୍ତ ଆରୋହୀ ଗୁରୁତର ହୋଇ ପଡିରହିଥିଲେ ।ଖବର ପାଇ ସୋରଡ଼ା ପୋଲିସ ଓ ଅଗ୍ନିଶମ ବାହିନୀ ଘଟଣାସ୍ଥଳରେ ପହଞ୍ଚି ସମସ୍ତକୁ ଉଦ୍ଧାର କରି ସୋରଡ଼ା ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରିଥିଲେ । ହେଲେ ସେଠାରେ ଡାକ୍ତର ୪ ଜଣଙ୍କ ମୃତ ଘୋଷଣା କରିଥିଲେ । ଅନ୍ୟ ଦୁଇ ଗୁରୁତରଙ୍କୁ ପ୍ରାଥମିକ ଚିକିତ୍ସା ଲାଗି ବ୍ରହ୍ମପୁର ଏମ୍‌କେସିଜି ମେଡିକାଲକୁ ପଠାଇଯାଇଥିଲା । ହେଲେ ସେଠାରେ ଆଉ ଜଣଙ୍କ ମୃତ୍ୟୁ ହୋଇଯାଇଛି । ବାକି ଅନ୍ୟ ଜଣେ ଗୁରୁତର ରହିଛନ୍ତି ।

ତେବେ ପୋଲିସ ତଦନ୍ତରୁ ମୃତାହତଙ୍କ ପରିଚୟ ମିଳିଛି । ମୃତକ ମାନେ ହେଲେ ରଜନୀ ଗୌଡ଼( ବିଦ୍ୟୁତ ବିଭାଗ କର୍ମଚାରୀ, ସୋରଡ଼ା ),ମହେନ୍ଦ୍ର ନାୟକ( ବିଦ୍ୟୁତ ବିଭାଗ କର୍ମଚାରୀ, ସୋରଡ଼ା ),ଶ୍ରୀକାନ୍ତ ଗୌଡ଼ (ଅସୁରବନ୍ଧ ଗ୍ରାମବାସୀ) , ମନୋଜ ଡାକୁଆ ( ଦୁଲାଡ଼ ଗ୍ରାମ ବାସି ),ଗୁରୁତର ଆହତ ମାନେ ହେଲେ ଜୟନ୍ତ ବକ୍ଷଡ଼ତ୍ୟା ( ବିଦ୍ୟୁତ ବିଭାଗ କର୍ମଚାରୀ, ସୋରଡ଼ା ),ପୂର୍ଣ୍ଣ ଗୌଡ଼ ( ଦୁଲାଡ଼ ଗ୍ରାମବାସୀ ) ବୋଲି ଜଣାପଡିଛି ।

Get real time updates directly on you device, subscribe now.

Leave A Reply

Your email address will not be published.