THE BYAPINI

ସ୍କୁଲରୁ ଛାତ୍ରଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର

Get real time updates directly on you device, subscribe now.

ବାଙ୍ଗିରିପୋଷି : ବିଦ୍ୟାଳୟ ପରିସରରୁ ଛାତ୍ରଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର ହୋଇଛି। ଏପରି ଘଟଣା ଦେଖିବାକୁ ମିଳିଛି ବାଙ୍ଗିରିପୋଷି ଥାନା ଅନ୍ତର୍ଗତ ଶ୍ୟାମସୁନ୍ଦର ଗ୍ରାମପଞ୍ଚାୟତ ଅଁଳାଗୁଞ୍ଜା ଗ୍ରାମରେ ଥିବା ସରସ୍ୱତୀ ଉଚ୍ଚ ବିଦ୍ୟାଳୟ ପରିସରରେ । ମୃତକ ଜଣକ ହେଉଛନ୍ତି ବିଶୋଇ ଥାନା ଅନ୍ତର୍ଗତ ରାଇହରି (ହିଜିଳି) ଗ୍ରାମର ତରଣି ସେନ ନନ୍ଦଙ୍କ ପୁଅ ବିଶ୍ୱଭୂଷଣ ନନ୍ଦ। ସେ ଉକ୍ତ ବିଦ୍ୟାଳୟର ନବମ ଶ୍ରେଣୀର ଛାତ୍ର ଥିଲେ। ସବୁଦିନ ଭଳି ଗତକାଲି ରାତିରେ ଅନ୍ୟ ପିଲାଙ୍କ ସହ ରାତି ଭୋଜନ କରିବା ପରେ ବିଦ୍ୟାଳୟ ଛାତ୍ରବାସରେ ଶୋଇଥିଲେ । ତେବେ ସକାଳୁ ବିଦ୍ୟାଳୟର ଏକ ଶ୍ରେଣୀ ଗୃହର ଛାତରେ ଲାଗିଥିବା କାଠ ଶେଣୀରେ ବେକରେ ଗାମୁଛା ଦେଇ ଝୁଲି ରହିଥିବା ଦେଖିବାକୁ ମିଳିଥିଲା । ଖବର ପାଇ ବାଙ୍ଗିରିପୋଷି ପୁଲିସ ତଦନ୍ତ ଆରମ୍ଭ କରିଛି । ମୃତ୍ୟୁର କାରଣ ଜଣାପଡି ନାହିଁ ।

Get real time updates directly on you device, subscribe now.

Leave A Reply

Your email address will not be published.