ସ୍ଥଗିତ କଥା ଆମେ ଜାଣିନୁ:ଡ୍ରାଇଭର
ଭୁବନେଶ୍ୱର: ଡ୍ରାଇଭର ଆନେ୍ଦାଳନ ସ୍ଥଗିତ ଘୋଷଣାରେ ଆସିଲା ଟ୍ୱିଷ୍ଟ । ଓଡ଼ିଶାରେ ଡ୍ରାଇଭର ଆନେ୍ଦାଳନ ସ୍ଥଗିତ ରଖାଯାଇଥିବା ନେଇ ପରିବହନ କମିଶନର ଅମିତାଭ ଠାକୁର ସୂଚନା ଦେଇଥିବାବେଳେ ସ୍ଥଗିତ ରଖାଯିବା ସମ୍ପର୍କରେ ଆମେ କିଛି ଜାଣିନୁ ବୋଲି ଆନେ୍ଦାଳନରତ ଡ୍ରାଇଭରମାନେ କହିଛନ୍ତି । କଟକ ଗୋପାଳପୁରରେ ଆନେ୍ଦାଳନ କରୁଥିବା ଡ୍ରାଇଭରମାନେ ଏଭଳି କହିଛନ୍ତି ।
ସେମାନେ କହିଛନ୍ତି ଯେ ପରିବହନ କମିଶନର କାହା ସହ ଆଲୋଚନା କରି ଆନେ୍ଦାଳନକୁ ସ୍ଥଗିତ ରଖାଯିବା ସମ୍ପର୍କରେ ଘୋଷଣା କରିଛନ୍ତି ଆମେ ତାହା ଜାଣିନୁ । ଆନେ୍ଦାଳନ ସ୍ଥଗିତ ରହିବା ସମ୍ପର୍କରେ ଆମ ରାଜ୍ୟ ସଭାପତି କିଛି କହିନାହାନ୍ତି । ସଭାପତି ନକହିବା ପର୍ଯ୍ୟନ୍ତ ଆନେ୍ଦାଳନ ଚାଲୁ ରହିବ ବୋଲି ସେମାନେ କହିଛନ୍ତି ।
ପରିବହନ କମିଶନର ଅମିତାଭ ଠାକୁର ଆନେ୍ଦାଳନ ସ୍ଥଗିତ ସମ୍ପର୍କରେ ସୂଚନା ଦେଇ କହିଥିଲେ ଯେ ଡ୍ରାଇଭର ସଂଘ ସହ ସରକାରଙ୍କ ଆଲୋଚନା ହୋଇଛି । ସେମାନଙ୍କ ଅନେକ ଦାବି ରାଜ୍ୟ ସରକାର ପୂରଣ କରିଛନ୍ତି । ତେଣୁ ପରିବହନ ବିଭାଗକୁ ସହଯୋଗ କରି ଡ୍ରାଇଭରମାନେ ଆନେ୍ଦାଳନକୁ ସ୍ଥଗିତ ରଖିଛନ୍ତି । ଭାରତ ସରକାରଙ୍କ ସହ ସେମାନଙ୍କ ଆଲୋଚନା ଚାଲିଛି ବୋଲି ଶ୍ରୀ ଠାକୁର କହିଥିଲେ ।