THE BYAPINI

ସ୍ୱତନ୍ତ୍ର ଅଧିବେଶନ ବାହାରେ ରାଘବ ଚଢ଼ାଙ୍କ ନିଲମ୍ବନକୁ ବୃଦ୍ଧି କରାଯାଇପାରିବ ନାହିଁ : ଖଣ୍ଡପୀଠ

Get real time updates directly on you device, subscribe now.

ନୂଆଦିଲ୍ଲୀ: ଆମ୍ ଆଦମୀ ପାର୍ଟି (ଆପ୍) ସାଂସଦ ରାଘବ ଚଢ଼ାଙ୍କ ନିଲମ୍ବନ ପ୍ରସଙ୍ଗରେ ସୁପ୍ରିମକୋର୍ଟ ସୋମବାର ରାଜ୍ୟସଭା ସଚିବାଳୟକୁ ନୋଟିସ୍ ଜାରି କରିଛନ୍ତି। ରାଘବ ପିଟିସନରେ ରାଜ୍ୟସଭା ସଚିବାଳୟ, ଅଧିକାର କମିଟିକୁ ପକ୍ଷଭୁକ୍ତ କରିଥିଲେ। ତାଙ୍କପକ୍ଷରୁ ବରିଷ୍ଠ ଆଇନଜୀବୀ ରାକେଶ ଦ୍ୱିବେଦୀ ଓ ଆଇନଜୀବୀ ଶାଦନ ଫରାସତ ସୁପ୍ରିମକୋର୍ଟରେ ନିଜର ଯୁକ୍ତି ଉପସ୍ଥାପନ କରି ଅଦାଲତଙ୍କୁ କହିଥିଲେ ଯେ ରାଘବ ଚଢ଼ା ବର୍ତ୍ତମାନ ଆବେଦନରେ କୌଣସି ଅନ୍ତରୀଣ ରିଲିଫ୍ ଚାହୁନାହାନ୍ତି। ପ୍ରଧାନ ବିଚାରପତି ଡିୱାଇ ଚନ୍ଦ୍ରଚୂଡ଼, ଜଷ୍ଟିସ ଜେବି ପାର୍ଦିୱାଲା ଏବଂ ଜଷ୍ଟିସ ମନୋଜ ମିଶ୍ରଙ୍କୁ ନେଇ ଗଠିତ ଖଣ୍ଡପୀଠ ବରିଷ୍ଠ ଆଇନଜୀବୀ ରାକେଶ ଦ୍ୱିବେଦୀଙ୍କ ଯୁକ୍ତିକୁ ଗ୍ରହଣ କରି କହିଛନ୍ତି ଯେ ଯେଉଁ ସ୍ୱତନ୍ତ୍ର ଅଧିବେଶନରେ ସଦସ୍ୟଙ୍କୁ ନିଲମ୍ବିତ କରିବାକୁ ନିଷ୍ପତ୍ତି ନିଆଯାଇଥିଲା ସେହି ଅଧିବେଶନ ବାହାରେ ନିଲମ୍ବନକୁ ବୃଦ୍ଧି କରାଯାଇପାରିବ ନାହିଁ।

ଗତ ଅଗଷ୍ଟ ମାସରେ ଚଢ଼ାଙ୍କୁ ରାଜ୍ୟସଭାରୁ ନିଲମ୍ବିତ କରାଯାଇଥିଲା । ରାଘବ ତାଙ୍କ ନିଲମ୍ବନକୁ ସୁପ୍ରିମକୋର୍ଟରେ ଚ୍ୟାଲେଞ୍ଜ କରିଛନ୍ତି। ରାଘବ ଯୁକ୍ତି ବାଢ଼ିଛନ୍ତି ଯେ ତାଙ୍କ ବିରୋଧରେ ବିଶେଷାଧିକାର ଉଲ୍ଲଂଘନର କୌଣସି ମାମଲା ନାହିଁ। ମାମଲା ରୁଜୁ ହୋଇଥିଲେ ମଧ୍ୟ ନିୟମ ୨୫୬ ଅନୁଯାୟୀ ତାଙ୍କୁ କେବଳ ସେହି ଅଧିବେଶନ ପାଇଁ ନିଲମ୍ବିତ କରାଯାଇପାରିବ। ଏହି ମାମଲା ବର୍ତ୍ତମାନ ସଂସଦର ବିଶେଷାଧିକାର କମିଟି ନିକଟରେ ରହିଛି।ମାମଲାର ପରବର୍ତ୍ତୀ ଶୁଣାଣି ଅକ୍ଟୋବର ୩୦ରେ ହେବ।

Get real time updates directly on you device, subscribe now.

Leave A Reply

Your email address will not be published.