ହାଇଟେକ୍ ବିସ୍ଫୋରଣ ମାମଲାରେ ଆଉ ଜଣେ ମୃତ
ଭୁବନେଶ୍ୱର : ହାଇଟେକ୍ ହସ୍ପିଟାଲରେ ବିସ୍ଫୋରଣ ମାମଲାରେ ଆଉ ଜଣଙ୍କର ମୃତ୍ୟୁ ହୋଇଛି । ମୃତକ ଦିଲ୍ଲୀପ ସାମନ୍ତରାୟ ବୋଲି ଜଣାପଡିଛି । ଏବେ ଯାଏଁ ଏହି ଘଟଣାରେ ମୋଟ ମୃତ୍ୟୁ ସଂଖ୍ୟା ୩ରେ ପହଞ୍ଚିଛି ।
ଶୁକ୍ରବାର ଦିଲ୍ଲୀପଙ୍କ ଚେତା ଫେରିଥିଲା । ସେ ନିଜକୁ ଦିଲ୍ଲୀପ ସାମନ୍ତରାୟ ବୋଲି ପରିଚୟ ଦେଇଥିଲେ । ଯାହାକୁ ନେଇ ହସ୍ପିଟାଲରେ ଘଟିଥିଲା ତୁମୁଳକାଣ୍ଡ । ଶେଷରେ ଶୁକ୍ରବାର ବିଳମ୍ବିତ ରାତିରେ ଦିଲ୍ଲୀପଙ୍କ ମୃତ୍ୟୁ ହୋଇଛି । ପୂର୍ବରୁ ଦିଲ୍ଲୀପଙ୍କ ଜୀବନ ପ୍ରତି ବିପଦ ଥିବା ତାଙ୍କ ମା ଅଭିଯୋଗ କରିଥିଲେ ।
ଗତକାଲି ଦିଲୀପ ଓ ଜ୍ୟୋତିଙ୍କ ମୃତ୍ୟୁକୁ ନେଇ ଦ୍ୱନ୍ଦ୍ୱ ସୃଷ୍ଟି ହୋଇଥିଲା । ଏସିରେ ଗ୍ୟାସ୍ ଭର୍ତ୍ତି ବେଳେ ବିସ୍ଫୋରଣ ଘଟି ୪ ଗୁରୁତର ହୋଇଥିଲେ ।