ହାଇଦ୍ରାବାଦ: ବିଶ୍ବର ଅଗ୍ରଣୀ ଇଣ୍ଟରନେଟ୍ କଂପାନି ଗୁଗୁଲ୍ ତେଲେଙ୍ଗାନାର ହାଇଦ୍ରାବାଦ ସହରରେ ଏହାର ବିଶାଳ କାର୍ଯ୍ୟାଳୟର ନିର୍ମାଣ କାର୍ଯ୍ୟ ଆରମ୍ଭ କରିଛି। ଆମେରିକାରେ କଂପାନିର ଥିବା ମୁଖ୍ୟ କାର୍ଯ୍ୟାଳୟ ପରେ ଏହା ହେବ କଂପାନିର ଅନ୍ୟତମ ବଡ଼ କାର୍ଯ୍ୟାଳୟ। ଗୁଗୁଲ୍ ଭଳି ଏକ ବିଶ୍ବସ୍ତରୀୟ କଂପାନି ଆମେରିକା ବାହାରେ ଏକ ନିର୍ଦ୍ଦିଷ୍ଟ ଦେଶରେ ଏହାର ସର୍ବବୃହତ କାର୍ଯ୍ୟାଳୟ ନିର୍ମାଣ କରିବାକୁ ନିଷ୍ପତ୍ତି ନେବା ନେଇ ମହିନ୍ଦ୍ରା ଆଣ୍ଡ୍ ମହିନ୍ଦ୍ରା ଗ୍ରୁପ୍ର ମୁଖ୍ୟ ଆନନ୍ଦ ମହିନ୍ଦ୍ରା ଖୁସି ବ୍ୟକ୍ତ କରିଛନ୍ତି। ଗୁଗୁଲ୍ ପକ୍ଷରୁ ହାଇଦ୍ରାବାଦରେ ୩ ଲକ୍ଷ ବର୍ଗଫୁଟରେ ଏହାର ନୂଆ କାର୍ଯ୍ୟାଳୟ ନିର୍ମାଣ କରାଯାଉଛି। ବ୍ରିଟେନ୍ର ସଂସ୍ଥା ଆଲଫୋର୍ଡ ହଲ ମୋନାଗହାନ ଏହାର ନିର୍ମାଣ କାର୍ଯ୍ୟ ହାତକୁ ନେଇଛି। ୨୦୨୬ ସୁଦ୍ଧା କାର୍ଯ୍ୟାଳୟ ପ୍ରସ୍ତୁତ ହୋଇଯିବ। ସେଥିରେ ୧୮ ହଜାରରୁ ଅଧିକ କର୍ମଚାରୀ କାମ କରିପାରିବେ। ହାଇଦ୍ରାବାଦରେ କାର୍ଯ୍ୟାଳୟ ନିର୍ମାଣରେ ଗୁଗୁଲ୍ର ସିଇଓ ଭାବେ ସୁନ୍ଦର ପିଚାଇ କାର୍ଯ୍ୟ କରୁଛନ୍ତି।