ସମ୍ବଲପୁର: ବନ୍ୟାଜଳ ନିଷ୍କାସନ କରିବା ପାଇଁ ହୀରାକୁଦ ଜଳଭଣ୍ଡାରର ଆଉ ୪ଟି ଗେଟ୍ ଖୋଲାଯାଇଛି । ଏହି ୪ ଗେଟ୍କୁ ମିଶାଇ ଏବେ ମୋଟ ୨୬ଟି ଗେଟ୍ ଦେଇ ବନ୍ୟାଜଳ ନିଷ୍କାସିତ ହେଉଛି । ଉପର ମୁଣ୍ଡରେ ଲଗାଣ ବର୍ଷା ଯୋଗୁଁ ହୀରାକୁଦ ଜଳ ଭଣ୍ଡାରକୁ ବନ୍ୟାଜଳ ପ୍ରବେଶର ମାତ୍ରା ବଢିବାରେ ଲାଗିଛି । ଉପର ମୁଣ୍ଡରୁ ଅଧିକ ପାଣି ଆସୁଥିବାରୁ ପୁଣି ହୀରାକୁଦ ଡ୍ୟାମର ଆଉ ୪ଟି ଗେଟ୍ ଖୋଲାଯାଇଛି । ବାମ ପଟରୁ ୧୬ଟି ଗେଟ୍ ଖୋଲା ଯାଇଥିବା ବେଳେ ଦକ୍ଷିଣ ପଟରୁ ୧୦ଟି ଗେଟ୍ ଖୋଲାଯାଇଛି । ହୀରାକୁଦର ୨୬ ଗେଟ ଖୋଲିବା ପରେ ସମ୍ବଲପୁର ସହରକୁ ପଛୁଆ ପାଣି ପ୍ରବେଶ କରିବାର ଆଶଙ୍କା କରାଯାଉଛି । ଗତକାଲି ସୁଦ୍ଧା ଉପରମୁଣ୍ଡରେ ହାରାହାରି ୭୩ ମିମି ବର୍ଷା ରେକର୍ଡ ହୋଇଥିଲା । ଫଳରେ ବର୍ତ୍ତମାନ ହୀରାକୁଦକୁ ୪ ଲକ୍ଷ ୪୦ ହଜାର କ୍ୟୁସେକ ପାଣି ପ୍ରବେଶ କରୁଛି । ଜଳସ୍ତର ୬୨୭.୯୫ ଫୁଟ ରେ ପହଞ୍ଚିଥିବା ବେଳେ ୩ ଲକ୍ଷ ୮୯ ହଜାର ୧୭୪ କ୍ୟୁସେକ ଜଳ ନିଷ୍କାସିତ ହେଉଛି । ସ୍ଥିତିକୁ ଦେଖି ୨୬ ଗେଟ ଖୋଲାଯାଇଥିବାରୁ ସମ୍ବଲପୁର ସହରକୁ ପଛୁଆ ପାଣି ପ୍ରବେଶ କରିବାର ଆଶଙ୍କା ଦେଖାଦେଲାଣି । ବିଶେଷ କରି ତଳି ଅଞ୍ଚଳକୁ ଅଧିକ ଭୟ ରହିଥିବାରୁ ଲୋକେ ସ୍ଥାନାନ୍ତର ଯୋଜନାରେ ରହିଥିବା ଜଣାପଡିଛି ।