THE BYAPINI

ହୀରାକୁଦ ଇକୋ ରିଟ୍ରିଟ୍ ଉଦଘାଟନ କଲେ ମୁଖ୍ୟମନ୍ତ୍ରୀ

Get real time updates directly on you device, subscribe now.

ସମ୍ବଲପୁର: ବୁଧବାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଭାସୀ ମାଧ୍ୟମରେ ହୀରାକୁଦ ଇକୋ ରିଟ୍ରିଟ୍ର ଉଦଘାଟନ କରିଛନ୍ତି। ଏହା ଆଜିଠାରୁ ଜାନୁଆରୀ ୩୦ ତାରିଖ ପର୍ଯ୍ୟନ୍ତ ଚାଲିବ। ଏହି ଇକୋ ରିଟ୍ରିଟରେ ଷ୍ଟାର ହୋଟେଲର ରହଣି ସୁବିଧା, ସକାଳ ଜଳଖିଆଠାରୁ ଆରମ୍ଭ କରି ରାତ୍ରି ଭୋଜନ ପର୍ଯ୍ୟନ୍ତ ମେନ୍ୟୁରେ ରହିଛି ସୁସ୍ୱାଦ ଖାଦ୍ୟ, ପାନୀୟ, ନାଚ, ଗୀତ ତଥା ବିଭିନ୍ନ ସାଂସ୍କୃତିକ କାର୍ଯ୍ୟକ୍ରମ, ଜଳକ୍ରୀଡା, ବୋଟରେ ହୀରାକୁଦ ଜଳରାଶିରେ ବୁଲିବାର ମଜା, ଦୁଃସାହସିକ ଖେଳ ସହ ପ୍ରକୃତି କୋଳଲେ ଅପୂର୍ବ ଅନୁଭୂତି ପର୍ଯ୍ୟଟକମାନେ ସାଉଁଟିବେ। ଏହା ସହିତ ହୀରାକୁଦ ଇକୋ ରିଟ୍ରିଟ ଆସିଥିବା ପର୍ଯ୍ୟଟକମାନେ ସମଲେଶ୍ବରୀ ମନ୍ଦିର, ହୀରାକୁଦ ଡ୍ୟାମ, ଘଣ୍ଟେଶ୍ୱରୀ ମନ୍ଦିର, ଡେବ୍ରିଗଡ଼ ଅଭୟାରଣ୍ୟ ଇତ୍ୟାଦି ବୁଲିବା ସହିତ ଏହାର ମଜା ନେଇପାରିବେ। ଚଳିତ ବର୍ଷ ଇକୋ ରିଟ୍ରିଟରେ ପର୍ଯ୍ୟଟକଙ୍କ ପାଇଁ ୨୫ ଗୋଟି ବିଳାସପୂର୍ଣ୍ଣ କଟେଜ ସହିତ ଷ୍ଟାର ହୋଟେଲ ସୁବିଧା ମିଳିବ। ଏହି କଟେଜରେ ଗୋଟିଏ ଦିନର ରହଣି(ସୋମବାରରୁ ଶୁକ୍ରବାର) ୮ ହଜାର ଟଙ୍କା ଏବଂ ଶନିବାର ଓ ରବିବାର ପ୍ରତି କଟେଜର ମୂଲ୍ୟ ୯ ହଜାର ଟଙ୍କା ସହିତ ସ୍ଵତନ୍ତ୍ର ଦିବସ ଯଥା ୨୩ ଡିସେମ୍ବରରୁ ୩ ଜାନୁଆରୀ ପାଇଁ ୧୦ ହଜାର ଟଙ୍କା ରହିଛି। ପର୍ଯ୍ୟଟକମାନେ www.odishaecoretreats.com କିମ୍ବା www.bookodisha.comରେ ଓଡ଼ିଶାର ଯେକୌଣସି ଇକୋ ରିଟ୍ରିଟ ପାଇଁ ବୁକିଂ କରିପାରିବେ।

Get real time updates directly on you device, subscribe now.

Leave A Reply

Your email address will not be published.