THE BYAPINI

ୟୁଏସ୍‌ ଓପନ୍‌ର ନୋଭାକ୍‌ ଜୋକୋଭିକ୍‌ ବନାମ ମେଡ୍‌ଭେଡେଭ୍‌

Get real time updates directly on you device, subscribe now.

ନ୍ୟୁୟର୍କ: ଗ୍ରାଣ୍ଡସ୍ଲାମ୍‌ ଟୁର୍ଣ୍ଣାମେଣ୍ଟ ୟୁଏସ୍‌ ଓପନ୍‌ର ପୁରୁଷ ଏକକ ଫାଇନାଲରେ ୨ୟ ସିଡ୍‌ ନୋଭାକ୍‌ ଜୋକୋଭିକ୍‌ ଓ ୩ୟ ସିଡ୍‌ ଡାନିଲ ମେଡ୍‌ଭେଡେଭ୍‌ଙ୍କ ମଧ୍ୟରେ ମୁକାବିଲା ହେବ । ଆଜି ଏହି ଫାଇନାଲ ମ୍ୟାଚ୍‌ ଖେଳାଯିବ । ଖେଳା ଯାଇଥିବା ସେମିଫାଇନାଲରେ ଗତବର୍ଷର ଚମ୍ପିଆନ୍‌ ତଥା ବିଶ୍ୱର ୧ନଂ ଖେଳାଳି ସ୍ପେନ୍‌ର କାର୍ଲାସ୍‌ ଆଲ୍‌କାରାଜଙ୍କୁ ରୁଷିଆର ଡାନିଲ ମେଡ୍‌ଭେଡେଭ୍‌ ପରାସ୍ତ କରିଛନ୍ତି । ଅନ୍ୟ ସେମିଫାଇନାଲରେ ସର୍ବିୟାର ନୋଭାକ୍‌ ଜୋକୋଭିକ୍‌ ସହଜରେ ଆମେରିକାର ବେନ୍‌ ସେଲ୍‌ଟନଙ୍କୁ ପରାସ୍ତ କରିଛନ୍ତି । ୨ ବର୍ଷ ପୂର୍ବେ ଉକ୍ତ ଫାଇନାଲରେ ଜୋକୋଭିକ୍‌ଙ୍କୁ ପରାସ୍ତକରି ମେଡ୍‌ଭେଡେଭ୍‌ ଜୀବନର ଏକମାତ୍ର ଗ୍ରାଣ୍ଡସ୍ଲାମ୍‌ ଜିତିଥିଲେ । ଜୁଲାଇରେ ୱିମ୍ବଲଡନ୍‌ ସେମିଫାଇନାଲରେ ମେଡ୍‌ଭେଡେଭ୍‌ଙ୍କୁ ଆଲ୍‌କାରାଜ ପରାସ୍ତ କରିଥିବା ବେଳେ ଏଠାରେ ମେଡ୍‌ଭେଡେଭ୍‌ ତା’ର ପ୍ରତିଶୋଧ ନେଇଛନ୍ତି । ରବିବାର ମେଡ୍‌ଭେଡେଭ୍‌ଙ୍କ ପଥରୋଧ କରିବାର ପ୍ରୟାସ କରିବେ ନୋଭାକ୍‌ ଜୋକୋଭିକ୍‌ । ସେ ୧୭ ଥର ୟୁଏସ୍‌ ଓପନ୍‌ ଖେଳି ୧୦ମ ଥର ଫାଇନାଲରେ ପ୍ରବେଶ କରିଛନ୍ତି । ଜୋକୋଭିକ୍‌ ୪ ଥର ୟୁଏସ୍‌ ଓପନ୍‌ ଜିତିଛନ୍ତି । ରବିବାର ଫାଇନାଲ ଜିତିଲେ ୩୬ ବର୍ଷ ବୟସ୍କ ଜୋକୋଭିକ୍‌ ୨୪ତମ ଗ୍ରାଣ୍ଡସ୍ଲାମ୍‌ ଟାଇଟଲ ଜିତିବେ । କୋଭିଡ୍‌ ଟିକା ନେଇନଥିବାରୁ ଗତବର୍ଷ ୟୁଏସ୍‌ ଓପନ୍‌ ଖେଳିନଥିଲେ ଜୋକୋଭିକ୍‌ । ପୁଣି ଜିତିଲେ ଟେନିସ୍‌ର ଓପନ୍‌ ଏରାରେ ଜୋକୋଭିକ୍‌ ବୟୋଜ୍ୟଷ୍ଠ ଚମ୍ପିଆନ୍‌ ହେବେ । ୩ୟ ଥର ପାଇଁ ଜୋକୋଭିକ୍‌ ଗୋଟିଏ ବର୍ଷରେ ୩ୟ ଗ୍ରାଣ୍ଡସ୍ଲାମ୍‌ ଫାଇନାଲରେ ପହଞ୍ଚିଛନ୍ତି । ୟୁଏସ୍‌ ଓପନ୍‌ ଜିତିଲେ ଚଳିତବର୍ଷ ଏହା ତାଙ୍କର ୩ୟ ଗ୍ରାଣ୍ଡସ୍ଲାମ୍‌ ଟାଇଟଲ ହେବ ।

Get real time updates directly on you device, subscribe now.

Leave A Reply

Your email address will not be published.