THE BYAPINI

୧୦୦ କୋଟିର କମ୍ପାନି ଚଳାଉଛନ୍ତି ୧୬ ବର୍ଷର ପ୍ରାଞ୍ଜଳି

Get real time updates directly on you device, subscribe now.

ନୂଆଦିଲ୍ଲୀ : ଆମେରିକାରେ ରହୁଥିବା ଭାରତ ଜନ୍ମିତ ଜଣେ ୧୬ ବର୍ଷର କିଶୋରୀ ପ୍ରାଞ୍ଜଳି ଅୱସ୍ଥି ୧୦୦ କୋଟିର କମ୍ପାନି ଚଳାଉଛନ୍ତି। ତାହା ପୁଣି ଆର୍ଟିଫିସିଆଲ ଇଣ୍ଟେଲିଜେନ୍ସ କ୍ଷେତ୍ରର ଏକ ଷ୍ଟାର୍ଟଅପ୍‌। ଡେଲଭ ଡଟ ଏଆଇ ନାମରେ ପ୍ରାଞ୍ଜଳି ୨୦୨୨ ଜାନୁଆରିରେ କମ୍ପାନି ଆରମ୍ଭ କରିଥିଲେ। ସେତେବେଳେ ଏଥିପାଇଁ ୩.୭ କୋଟି ଟଙ୍କା (୪,୫୦,୦୦୦ ଡଲାର) ପାଣ୍ଠି ସଂଗ୍ରହ କରିଥିଲେ। ପ୍ରାଞ୍ଜଳିଙ୍କ କମ୍ପାନିରେ ୧୦ ଜଣ କର୍ମଚାରୀ କାମ କରୁଛନ୍ତି। ଅତି ଛୋଟ ବୟସରୁ ପ୍ରାଞ୍ଜଳିଙ୍କ ପ୍ରଯୁକ୍ତି ପ୍ରତି ଆଗ୍ରହ ଦେଖିବାକୁ ମିଳିଥିଲା। ତାଙ୍କ ବାପା ଜଣେ ଇଞ୍ଜିନିୟର ଏବଂ ତାଙ୍କ ଉଦ୍ୟୋଗ ଯାତ୍ରାରେ ସେ ହିଁ ପ୍ରେରଣାର ଉତ୍ସ। ବାପାଙ୍କ ଆବେଗ ଏବଂ ମୂଲ୍ୟବୋଧ ତାଙ୍କୁ ୭ ବର୍ଷ ବୟସରେ କୋଡିଂ କ୍ଷେତ୍ରରେ ପ୍ରବେଶ ପାଇଁ ପ୍ରେରଣା ଦେଇଥିଲା। 

ପ୍ରାଞ୍ଜଳିଙ୍କୁ ଯେତେବେଳେ ୧୧ ବର୍ଷ ହୋଇଥିଲା ‌ତାଙ୍କ ପରିବାର ଭାରତରୁ ‌ଆମେରିକାର ଫ୍ଲୋରିଡାକୁ ଯାତ୍ରା କରିଥିଲେ। ଏହାପରେ କମ୍ପ୍ୟୁଟର ସାଇନ୍ସ ଏବଂ କମ୍ପିଟିଟିଭ ମାଥେମେଟିକ୍ସ କ୍ଷେତ୍ର ତାଙ୍କ ଲାଗି ଆହୁରି ବ୍ୟାପକ ହୋଇଯାଇଥିଲା। ୧୩ ବର୍ଷ ବୟସରେ ସେ ଫ୍ଲୋରିଡା ଇଣ୍ଟରନାଲ ୟୁନିଭର୍ସିଟିର ଗବେଷଣାଗାରରେ ଶିକ୍ଷାନବୀସ ଭାବେ ଯୋଗଦେଇଥିଲେ। ସେଠାରେ ସେ ମେସିନ ଲର୍ଣ୍ଣିଂ ପ୍ରକଳ୍ପ ଉପରେ କାର୍ଯ୍ୟ କରୁବା ସହିତ ସ୍କୁଲକୁ ପାଠ ପଢ଼ିବା ପାଇଁ ମଧ୍ୟ ଯାଉଥିଲେ। ତେବେ କରୋନା ସମୟରେ ସ୍କୁଲରେ ଶିକ୍ଷାଦାନ ଅନଲାଇନ ମୋଡ୍‌ରେ ହେବା କାରଣରୁ ସେ ବିଶ୍ବବିଦ୍ୟାଳୟ ଗବେଷଣାଗାରରେ ସପ୍ତାହକୁ ୨୦ ଘଣ୍ଟା ପ୍ରଯୁକ୍ତି ଉପରେ ଶିକ୍ଷା ଜାରି ରଖିଥିଲେ।

Get real time updates directly on you device, subscribe now.

Leave A Reply

Your email address will not be published.