THE BYAPINI

୧୦୦ ନଦୀ ଘାଟରେ ଫେନ୍‌ସିଂ କରିବ ଓଏସ୍‌ଡିଏମ୍‌ଏ

Get real time updates directly on you device, subscribe now.

ଭୁବନେଶ୍ୱର: ରାଜ୍ୟରେ ଦିନକୁ ଦିନ ନଦୀରେ ବୁଡି ଜୀବନହାନୀ ହେବା ଘଟଣା ବଢ଼ିବାରେ ଲାଗିଥିବାବେଳେ ଏଳଭି ମୃତ୍ୟୁକୁ ରୋକିବା ପାଇଁ ଓଡ଼ିଶା ରାଜ୍ୟ ବିପର୍ଯ୍ୟୟ ପ୍ରଶମନ ପ୍ରାଧିକରଣ ବା ଓଏସ୍‌ଡିଏମ୍‌ଏ ପକ୍ଷରୁ ୧୦୦ଟି ନଦୀ ଘାଟରେ ଫେନ୍‌ସିଂ କରାଯିବା ପାଇଁ ପ୍ରସ୍ତାବ ଅଛି । ଖୁବ୍‌ଶୀଘ୍ର ଜଳସମ୍ପଦ ବିଭାଗ ପକ୍ଷରୁ ଏନେଇ ନିଷ୍ପତ୍ତି ନିଆଯିବ ବୋଲି ଜଳସମ୍ପଦ ବିଭାଗର ସର୍ବୋଚ୍ଚ ଯନ୍ତ୍ରୀ ପ୍ରକାଶ କରିଛନ୍ତି । ଉପର ମୁଣ୍ଡରେ ଲଗାଣ ବର୍ଷା ଫଳରେ ହୀରାକୁଦ ଜଳଭଣ୍ଡାରରୁ ଜଳନିଷ୍କାସନ ସମ୍ପର୍କରେ ସୂଚନା ଦେଇ ଜଳସମ୍ପଦ ବିଭାଗ ସର୍ବୋଚ୍ଚ ଯନ୍ତ୍ରୀ ହୀରାକୁଦ ଜଳଭଣ୍ଡାର ଜଳ ସ୍ତର କମୁଛି ବୋଲି କହିଛନ୍ତି । ୨ଟି ଗେଟ ଦେଇ ଜଳ ନିଷ୍କାସନ ହେଉଛି । ବର୍ତ୍ତମାନ ହୀରାକୁଦକୁ ୧ ଲକ୍ଷ କ୍ୟୁସେକ୍‌ ଜଳ ପ୍ରବେଶ କରୁଥିବା ବେଳେ ୭୦ରୁ ୮୦ ହଜାର କ୍ୟୁସେକ ଜଳ ନିଷ୍କାସିତ ହେଉଛି । ମୁଣ୍ଡଳିରେ ୩ ଲକ୍ଷ ୭୦ ହଜାର କ୍ୟୁସେକ ଜଳ ପ୍ରବାହିତ ହେଉଛି । ହୀରାକୁଦ ସ୍ଥିତି ସ୍ୱାଭାବିକ ଅଛି । ଆଉ ଗେଟ୍‌ ବନ୍ଦ ନେଇ ନିଷ୍ପତ୍ତି ହୋଇନି । ହୀରାକୁଦର ଏବେ ଦୁଇଟି ଗେଟ ଖୋଲା ଅଛି । ଆସନ୍ତାକାଲି ଉପର ଓ ତଳମୁଣ୍ଡରେ ବର୍ଷା ହେବାର ଅଛି । ତାକୁ ଦେଖି ନିଷ୍ପତ୍ତି ନିଆଯିବ ବୋଲି ଜଳ ସମ୍ପଦ ବିଭାଗ ସର୍ବୋଚ୍ଚ ଯନ୍ତ୍ରୀ କହିଛନ୍ତି ।

Get real time updates directly on you device, subscribe now.

Leave A Reply

Your email address will not be published.