THE BYAPINI

୧୬ରେ ନେତାଜୀ ବସ୍‌ ଟର୍ମିନାଲ୍‌ର ଉଦଘାଟନ କରିବେ ମୁଖ୍ୟମନ୍ତ୍ରୀ

Get real time updates directly on you device, subscribe now.

କଟକ: ଚଳିତ ମାସ ୧୬ ତାରିଖରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କଟକ ନେତାଜୀ ବସ୍‌ ଟର୍ମିନାଲ (ସିଏନବିଟି)ର ଉଦ୍‌ଘାଟନ କରିବେ । ଏତଦ୍‌ବ୍ୟତୀତ କଟକ ସହରରେ ନୂତନ ଭାବେ ଗଢିଉଠିଥିବା ଏକାଧିକ ପ୍ରକଳ୍ପର ଉଦଘାଟନ ଓ ଭିତ୍ତିପ୍ରସ୍ତର ସ୍ଥାପନ କରାଯିବାର ମଧ୍ୟ କାର୍ଯ୍ୟକ୍ରମ ରହିଛି । ଗୁରୁବାର କଟକ ଉନ୍ନୟନ କର୍ତ୍ତୃପକ୍ଷ(ସିଡିଏ) ସମ୍ମିଳନୀ କକ୍ଷରେ ଅନୁଷ୍ଠିତ ବୈଠକରେ ଏ ସମ୍ପର୍କରେ ନିଷ୍ପତ୍ତି ଗ୍ରହଣ କରାଯାଇଛି । ସିଏନବିଟିକୁ କାର୍ଯ୍ୟକ୍ଷମ କରିବା ନିମନ୍ତେ ୧୧ ତାରିଖରୁ ଟ୍ରାଏଲ୍‌ ରନ୍‌ ଭାବରେ ଗାଡି ଚଳାଚଳ ପାଇଁ ୨୯ ତାରିଖରେ ନିଷ୍ପତ୍ତି ନିଆଯାଇଥିଲା । ପ୍ରାଥମିକ ପର୍ଯ୍ୟାୟରେ ପୁରୀ, ଅନୁଗୋଳ, ସମ୍ବଲପୁର ଓ ରାଉରକେଲାକୁ ଏଠାରୁ ବସ ଚଳାଚଳ କରିବ ବୋଲି ସ୍ଥିର ହୋଇଥିଲା । ସହରରେ ମୋ ବସ୍‌ କେଉଁ ରୁଟ୍‌ରେ ଚଳାଚଳ କରିବ ସେ ସମ୍ପର୍କରେ ଆଲୋଚନା ହୋଇଥିଲା । ନେତାଜୀ ସୁବାସ ଟର୍ମିନାଲ ସହିତ ଦୀର୍ଘ ଦିନରୁ କଟକ ସହରର ବିକାଶ ନିମନ୍ତେ କାର୍ଯ୍ୟକାରୀ ହେଉଥିବା ଅନେକ ପ୍ରକଳ୍ପ ଯଥା ରେଭେନ୍ସା ବିଶ୍ୱବିଦ୍ୟାଳୟ ଦ୍ୱିତୀୟ କ୍ୟାମ୍ପସ୍‌, ଜାତୀୟ ଆଇନ ବିଶ୍ୱବିଦ୍ୟାଳୟ ପାଠାଗାର, ସିଲଭର ସିଟି ବୋଟିଂ କ୍ଲବ୍‌, ତାଳଦଣ୍ଡା ଫୁଡକୋର୍ଟ, କ୍ଲକ୍‌ ଟାୱାର, ଛତ୍ରବଜାର ଅର୍ବାନ ହାଟ, ତାଳଦଣ୍ଡା ଉଭୟ ପାର୍ଶ୍ୱ ରାସ୍ତା, ରାସ୍ତା ନିକଟ ସୌନ୍ଦର୍ଯ୍ୟକରଣ, ଗରିବ ଓ ସ୍ୱଳ୍ପ ରୋଜଗାରକ୍ଷମଙ୍କ ପାଇଁ ଉଦ୍ଦିଷ୍ଟ ନରଣପୁରସ୍ଥିତ ଆବାସିକ ଗୃହ, ଜାତୀୟ ରାଜପଥରୁ ରେଲୱେ ଷ୍ଟେସନକୁ ସଂଯୋଗ କରୁଥିବା ୪ ଟିକିଆ ରାସ୍ତା, ବାରବାଟୀ ସଂଗ୍ରହାଳୟ, ପୁରୁଣା ଜେଲ ପରିସରରେ ନେତାଜୀ ସୁଭାଷ ପାର୍କ ଓ ବିଶ୍ୱନାଥ ପଣ୍ଡିତ ପାଠାଗାରର ଉଦଘାଟନ ଓ ଭିତ୍ତିପ୍ରସ୍ତର ସ୍ଥାପନ କରାଯିବ । ସିଡିଏ ଅଧ୍ୟକ୍ଷ ଅନିଲ କୁମାର ସାମଲଙ୍କ ଅଧ୍ୟକ୍ଷତାରେ ଗୁରୁବାର ଦିନ ଅନୁଷ୍ଠିତ ବୈଠକରେ ମେୟର ସୁବାସ ସିଂହ, ଜିଲାପାଳ ଭବାନୀ ଶଙ୍କର ଚୟନୀ, ସିଡିଏ ଉପାଧ୍ୟକ୍ଷ ତଥା ନିଗମ ଆୟୁକ୍ତ ନିଖିଲ ପୱନ କଲ୍ୟାଣ, ଡିସିପି ପିନାକ ମିଶ୍ର, ଟ୍ରାଫିକ ଡିସିପି, ପୂର୍ତ୍ତ ବିଭାଗ ଅଧୀକ୍ଷଣ ଯନ୍ତ୍ରୀ ଇ ପ୍ରଭାସ ମାଝି, ଟିପିସିଓଡିଏଲ ଜେନେରାଲ ମ୍ୟାନେଜର, ସଞ୍ଜୟ ମହାନ୍ତି, ସିଏମସିର ଡେପୁଟି କମିଶନର ଅଜୟ ମହାନ୍ତି, ଡେପୁଟି କମିଶନର ଶ୍ୱେ୍ୱତପଦ୍ମା ଡି. ଶତପଥୀ, ଘରୋଇ ବସ ମାଲିକ ସଂଘର କର୍ମକର୍ତ୍ତା ପ୍ରମୁଖ ଯୋଗଦେଇଥିଲେ ।

Get real time updates directly on you device, subscribe now.

Leave A Reply

Your email address will not be published.