THE BYAPINI

୨୪ତମ ଗ୍ରାଣ୍ଡସ୍ଲାମ ଟାଇଟଲ ହାସଲ କଲେ ଜୋକୋଭିକ୍‌

Get real time updates directly on you device, subscribe now.

ନ୍ୟୁୟର୍କ : ସର୍ବିୟାର ନୋଭାକ୍‌ ଜୋକୋଭିକ୍‌ ଚଳିତବର୍ଷର ୟୁଏସ୍‌ ଟେନିସ ଟୁର୍ଣ୍ଣାମେଣ୍ଟରେ ଚମ୍ପିଆନ ହୋଇଛନ୍ତି । ୩୬ ବର୍ଷ ବୟସ୍କ ଜୋକୋଭିକ୍‌ ରବିବାର ରାତିରେ ଅନୁଷ୍ଠିତ ପୁରୁଷ ଏକକ ଫାଇନାଲରେ ୬-୩, ୭-୬, ୬-୩ ସେଟ୍‌ରେ ୩ୟ ସିଡ୍‌ ରୁଷିଆର ଡାନିଲ ମେଡ୍‌ଭେଡେଭ୍‌ଙ୍କୁ ପରାସ୍ତ କରିଛନ୍ତି । ପୂର୍ବରୁ ଜୋକୋଭିକ୍‌ ସେମିଫାଇନାଲରେ ଆମେରିକାର ବେନ୍‌ ସେଲଟନଙ୍କୁ ୬-୩, ୬-୨, ୭-୬ ସେଟ୍‌ରେ ଓ କ୍ୱାର୍ଟର ଫାଇନାଲ୍‌ରେ ଅନ୍ୟତମ ଆମେରିକୀୟ ଖେଳାଳି ୯ମ ସିଡ୍‌ ଟେଲର ଫ୍ରିଜ୍‌ଙ୍କୁ ୬-୧, ୬-୪, ୬-୪ ସେଟ୍‌ରେ ପରାସ୍ତ କରିଥିଲେ ।ଟପ୍‌ ସିଡ୍‌ କାର୍ଲାସ୍‌ ଆଲ୍‌କାରାଜ୍‌ଙ୍କୁ ୩ୟ ସିଡ୍‌ ଡାନିଲ୍‌ ମେଡ୍‌ଭେଡେଭ୍‌ ସହଜରେ ପରାସ୍ତ କରିଥିଲେ ହେଁ ଜୋକୋଭିକ୍‌ଙ୍କ ଠାରୁ ହାରି ଯାଇଛନ୍ତି ।
ଜୋକୋଭିକ୍‌ ଜୀବନର ୨୪ତମ ଗ୍ରାଣ୍ଡସ୍ଲାମ ଟାଇଟଲ ଅର୍ଜନ କରିଛନ୍ତି । ଗ୍ରାଣ୍ଡସ୍ଲାମ ଜିତିବାରେ ଜୋକୋଭିକ୍‌ ପୁରୁଷ ଖେଳାଳିଙ୍କ ମଧ୍ୟରେ ସବୁଠାରୁ ଆଗରେ ଅଛନ୍ତି । ତେବେ ୨୪ତମ ଗ୍ରାଣ୍ଡସ୍ଲାମ ଟାଇଟଲ ପାଇବାରେ ଜୋକୋଭିକ୍‌ ଅଷ୍ଟ୍ରେଲିଆର କିମ୍ବଦନ୍ତୀ ମହିଳା ଖେଳାଳି ମାର୍ଗାରେଟ୍‌ କୋର୍ଟଙ୍କ ୨୪ଟି ଗ୍ରାଣ୍ଡସ୍ଲାମ ଟାଇଟଲ ରେକର୍ଡର ସମକକ୍ଷ ହୋଇଛନ୍ତି । ପୁରୁଷ ଓ ମହିଳା ଖେଳାଳିଙ୍କ ମଧ୍ୟରେ କୋର୍ଟ ସର୍ବାଧିକ ୨୪ଟି ଗ୍ରାଣ୍ଡସ୍ଲାମ ଟାଇଟଲ ଜିତିଛନ୍ତି । ଜୋକୋଭିକ୍‌ ଏଥିସହ ଜୀବନର ୪ର୍ଥ ୟୁଏସ୍‌ ଓପନ୍‌ ଟାଇଟଲ ହାସଲ କରିଛନ୍ତି । ପୂର୍ବରୁ ସେ ଏଠାରେ ୨୦୧୧, ୧୦୧୫ ଓ ୨୦୧୮ରେ ଚମ୍ପିଆନ୍‌ ହୋଇଥିଲେ । ମୋଟଉପରେ ସେ ୩୬ଟି ଗ୍ରାଣ୍ଡସ୍ଲାମ ଫାଇନାଲରେ ପ୍ରବେଶ କରି ୨୪ ଥର ବାଜି ମାରି ପାରିଛନ୍ତି । ଆଉ ଗୋଟିଏ ଗ୍ରାଣ୍ଡସ୍ଲାମ ଟାଇଟଲ ଜିତିଲେ ସେ କୋର୍ଟଙ୍କୁ ପଛରେ ପକାଇ ସର୍ବାଧିକ ଗ୍ରାଣ୍ଡସ୍ଲାମ ଟାଇଟଲ ହାସଲ କରିବାର ବିଶ୍ୱରେକର୍ଡ ପ୍ରତିଷ୍ଠା କରିବେ ।

Get real time updates directly on you device, subscribe now.

Leave A Reply

Your email address will not be published.