THE BYAPINI

୨୪ ଘଣ୍ଟାରେ ଦେଶରେ ୭୬୧ କୋଭିଡ୍‌ ଆକ୍ରାନ୍ତ ଚିହ୍ନଟ

Get real time updates directly on you device, subscribe now.


ନୂଆଦିଲ୍ଲୀ: ଗତ ୨୪ ଘଣ୍ଟା ମଧ୍ୟରେ ଭାରତରେ ୭୬୧ଜଣ ନୂଆ କୋଭିଡ୍‌ ମାମଲା ରିପୋର୍ଟ କରାଯାଇଥିବା କଥା କେନ୍ଦ୍ର ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରାଳୟ ୱେବ୍‌ସାଇଟ୍‌ରେ ରିଲିଜ୍‌ ହୋଇଥିବା ତଥ୍ୟାବଳୀରୁ ଜଣାପଡ଼ିଛି।

ଏହାଛଡ଼ା, ସମଗ୍ର ଦେଶରେ ୧୨ଜଣ କୋଭିଡ୍‌ ଆକ୍ରାନ୍ତଙ୍କର ମୃତ୍ୟୁ ଘଟିଥିବା କଥା ମଧ୍ୟ ସେଥିରେ ଉଲ୍ଲେଖ କରାଯାଇଛି। ଏଥିରୁ କେରଳରେ ୫ଜଣ, କର୍ଣ୍ଣାଟକରେ ୪ଜଣ, ମହାରାଷ୍ଟ୍ରରେ ୨ଜଣ ଓ ଉତ୍ତର ପ୍ରଦେଶରେ ଜଣେ ବ୍ୟକ୍ତିଙ୍କର ମୃତ୍ୟୁ ଘଟିଛି।
ସେହିପରି, ଦେଶରେ ସକ୍ରିୟ ଆକ୍ରାନ୍ତଙ୍କ ସଂଖ୍ୟା ୪,୩୩୪କୁ ହ୍ରାସ ପାଇଛି। ଗୁରୁବାରଠାରୁ ଆଜିର ସକ୍ରିୟ ଆକ୍ରାନ୍ତଙ୍କ ସଂଖ୍ୟା ୮୯ କମ୍‌ ଅଛି। କିନ୍ତୁ, ୧୨ଜଣଙ୍କର ମୃତ୍ୟୁ ଘଟିବାରୁ ଦେଶରେ କୋଭିଡ୍‌ଜନିତ ସମୁଦାୟ ମୃତ୍ୟୁସଂଖ୍ୟା ୫,୩୩,୩୮୫କୁ ବୃଦ୍ଧି ପାଇଛି।

Get real time updates directly on you device, subscribe now.

Leave A Reply

Your email address will not be published.