THE BYAPINI

୨୬ରେ ଭୁବନେଶ୍ୱରରେ ହେବ ପ୍ରାଥମିକ ଶିକ୍ଷକଙ୍କ ମହାସମାବେଶ

Get real time updates directly on you device, subscribe now.

ଭୁବନେଶ୍ୱର: ଦିନକୁ ଦିନ ପ୍ରାଥମିକ ଶିକ୍ଷକମାନଙ୍କର ଆନ୍ଦୋଳନର କାୟା ବଢ଼ିବାରେ ଲାଗିଛି । କେନ୍ଦ୍ରୀୟ ହାରରେ ବେତନ, ଠିକା ନିଯୁକ୍ତି ଉଚ୍ଛେଦ ଓ ପୁରୁଣା ପେନ୍‌ସନ ବ୍ୟବସ୍ଥା ଲାଗୁ ଦାବି ଦେଇ ଶିକ୍ଷକମାନେ ଆନ୍ଦୋଳନ କରୁଛନ୍ତି । ଏବେ ୯ଟି ଶିକ୍ଷକ ସଂଘ ଆନ୍ଦୋଳନରେ ସାମିଲ ରହିଛନ୍ତି ବୋଲି ପ୍ରାଥମିକ ଶିକ୍ଷକ ସଂଘ ସଭାପତି ବ୍ରହ୍ମାନନ୍ଦ ମହାରଣା କହିଛନ୍ତି । ଆଜିକୁ ୧୩ ଦିନ ହେଲାଣି ଅନ୍ଦୋଳନ ଜାରି ରହିଛି ଏବଂ ଆଗାମୀ ୨୬ ତାରିଖ ଦିନ ଭୁବନେଶ୍ୱରରେ ମହାସମାବେଶ କରିବେ ଶିକ୍ଷକ ସଂଘ । ଆଜି ଏନେଇ ସୂଚନା ଦେଇଛନ୍ତି ପ୍ରାଥମିକ ଶିକ୍ଷକ ସଂଘ ସଭାପତି ବ୍ରହ୍ମାନନ୍ଦ ମହାରଣା । ଆସନ୍ତା ୨୬ ତାରିଖରେ ରାଜଧାନୀରେ ହେବ ଶିକ୍ଷକଙ୍କ ମହା ସମାବେଶ । ଏଥିରେ ହଜାର ହଜାର ଶିକ୍ଷକ ଓ ଶିକ୍ଷୟିତ୍ରୀ ସାମିଲ ହେବେ । ଦାବି ପୂରଣ ନହେବା ଯାଏଁ ସବୁ ବିଇଓ ଅଫିସ୍‌ ଆଗରେ ଆନ୍ଦୋଳନ ଜାରି ରହିବ ବୋଲି ଶ୍ରୀ ମହାରଣା ପ୍ରକାଶ କରିଛନ୍ତି । ଶିକ୍ଷକ ଓ ଶିକ୍ଷୟିତ୍ରୀମାନେ ଆନ୍ଦୋଳନରେ ସାମିଲ ହୋଇଥିବାରୁ ସ୍କୁଲରେ ଏକରକମ୍‌ ଅଚଳାବସ୍ଥା ଜାରି ରହିଛି । ପାଠପଢ଼ା ପ୍ରାୟତଃ ବନ୍ଦ ହୋଇଯାଇଛି । ଅନେକ ସ୍କୁଲରେ ଏବେ ତାଲା ଝୁଲୁଛି । ଆଉ ଯେଉଁ ସ୍କୁଲ ଖୋଲା ରହିଛି, ସେଠାରେ ପାଠ ପଢ଼ା ହେଉନି । ପିଲାମାନେ ସ୍କୁଲ ଯାଉଛନ୍ତି, ହେଲେ ସେମାନେ କେବଳ ମଧ୍ୟାହ୍ନ ଭୋଜନ ଖାଇ ପଳାଇ ଆସୁଛନ୍ତି ବୋଲି ଶୁଣିବାକୁ ମିଳୁଛି ।

Get real time updates directly on you device, subscribe now.

Leave A Reply

Your email address will not be published.