THE BYAPINI

୨୬ ଜଣଙ୍କୁ ଅର୍ଜୁନ ପୁରସ୍କାର

Get real time updates directly on you device, subscribe now.

ନୂଆଦିଲ୍ଲୀ:  ରାଷ୍ଟ୍ରପତି ଭବନରେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଜାତୀୟ କ୍ରୀଡା ପୁରସ୍କାର ପାଇଁ ମନୋନୀତ ହୋଇଥିବା ଖେଳାଳିମାନଙ୍କୁ ପୁରସ୍କାର ପ୍ରଦାନ କରିଛନ୍ତି । ମହମ୍ମଦ ଶାମିଙ୍କ ସମେତ ୨୬ ଜଣ ଭାରତୀୟ ଖେଳାଳିଙ୍କୁ ଅର୍ଜୁନ ପୁରସ୍କାରରେ ସାମ୍ମାନିତ କରିଛନ୍ତି ରାଷ୍ଟ୍ରପତି । ବ୍ଲାଇଣ୍ଡ କ୍ରିକେଟରେ ଅଜୟ ରେଡ୍ଡୀ, ତୀରନ୍ଦାଜରେ ଓଜେସ ପ୍ରବୀଣ ଦେଓତାଲେ, ପାରା ଆର୍ଚେରୀରେ ଶୀତଲ ଦେବୀ, ହକିରେ କୃଷ୍ଣ ବାହଦୂର ପାଠକ, ତୀରନ୍ଦାଜରେ ଆଦିତି ଗୋପୀଚାନ୍ଦ ସ୍ବାମୀଙ୍କୁ ଅର୍ଜୁନ ପୁରସ୍କାର ପ୍ରଦାନ କରିଛନ୍ତି ରାଷ୍ଟ୍ରପତି । ସେହିପରି ପାରୁଲ ଚୌଧୁରୀ (ଆଥଲେଟିକ୍ସ), ମହମ୍ମଦ, ହୁସାମୁଦ୍ଦିନ (ବକ୍ସିଂ), ଆର ବୈଶାଳୀ (ଚେସ୍‌), ଦିବ୍ୟକୃତୀ ସିଂହ (ଅଶ୍ବାରୋହୀ), ଅନୁଶ ଅଗ୍ରଓ୍ବାଲା (ଅଶ୍ବାରୋହୀ), ଐଶ୍ୱର୍ୟ୍ୟ ପ୍ରତାପ ସିଂହ ତୋମାର (ସୁଟିଂ), ଦିକ୍ଷା ଡାଗର (ଗଲ୍ଫ), ଏମ୍‌ ଶ୍ରୀଶଙ୍କର (ଆଥଲେଟିକ୍ସ), ସୁଶିଳା ଚାନୁ (ହକି), ପିଙ୍କି (ଲନ୍ ବଲ), ନସରୀନ (ଖୋ-ଖୋ), ରିତୁ ନେଗୀ (କବାଡ଼ି) ପବନ କୁମାର (କବାଡ଼ି), ନାଓରେମ ରୋଶିବିନା ଦେବୀ (ଉସୁ), ସୁନୀଲ କୁମାର (କୁସ୍ତି), ଅନ୍ତିମ ପାଂଘଲ (କୁସ୍ତି), ଅୟହିକା, ମୁଖାର୍ଜୀ (ଟେବୁଲ ଟେନିସ୍), ପ୍ରାଚୀ ଯାଦବ (ପାରା ନୋଇନିଂ), ଈଶା ସିଂ (ସୁଟିଂ), ହରିନ୍ଦର ପାଲ ସିଂ ସନ୍ଧୁ (ସ୍କ୍ୱାସ୍)ଙ୍କୁ ଅର୍ଜୁନ ପୁରସ୍କାରରେ ସମ୍ମାନିତ କରାଯାଇଛି ।

Get real time updates directly on you device, subscribe now.

Leave A Reply

Your email address will not be published.