THE BYAPINI

୨ ଅଫିସରଙ୍କୁ ଚାକିରିରୁ ବହିଷ୍କୃତ କଲା ରେଳ ବିଭାଗ

Get real time updates directly on you device, subscribe now.

ଭୁବନେଶ୍ବର: ବାହାନଗା ଟ୍ରେନ୍‌ ଦୁର୍ଘଟଣାରେ ବଡ଼ ଆକ୍ସନ। ୨ ଅଫିସର ଚାକିରିରୁ ବହିଷ୍କୃତ କଲା ରେଳ ବିଭାଗ । ଘଟଣାର ତଦନ୍ତ ରିପୋର୍ଟ ପରେ ଆକ୍ସନ ନେଇଛି ରେଳ ବିଭାଗ। ସୂଚନା ଅନୁଯାୟୀ, ଷ୍ଟେସନ ସୁପରିଟେଣ୍ଡେଣ୍ଟ ଏସବି ମହାନ୍ତି ଏବଂ ଡିଭିଜନାଲ ଟ୍ରାଫିକ୍‌ ଇନ୍ସପେକ୍ଟର ଏକେ ଖୁଣ୍ଟିଆଙ୍କୁ ବହିଷ୍କାର କରାଯାଇଛି।

ସୂଚନାଯୋଗ୍ୟ ଯେ, ଗତ ଜୁନ୍‌ ୨ ତାରିଖରେ ବାଲେଶ୍ବର ଜିଲ୍ଲା ବାହାନଗାରେ ମର୍ମନ୍ତୁଦ ଟ୍ରେନ୍‌ ଦୁର୍ଘଟଣା ଘଟିଥିଲା । ଏହି ଦୁର୍ଘଟଣାରେ ୨୯୩ ଜଣ ଯାତ୍ରୀଙ୍କର ମୃତ୍ୟୁ ହୋଇଥିବା ବେଳେ ୧ ହଜାରରୁ ଅଧିକ ଆହତ ହୋଇଥିଲେ । ଏହି ମର୍ମନ୍ତୁଦ ରେଳ ଦୁର୍ଘଟଣା ଦୋହଲାଇଦେଇଥିଲା ପୂରା ବିଶ୍ବକୁ।

ତେବେ ଘଟଣାରେ ସିବିଆଇ ଯାଞ୍ଚ ମଧ୍ୟ କରାଯାଇଥିଲା। ଅନେକ ଅଧିକାରୀଙ୍କୁ ଜେରା ମଧ୍ୟ କରାଯାଇଥିଲା। ଏହାପରେ ତିନି ଅଭିଯୁକ୍ତଙ୍କୁ ଗିରଫ ମଧ୍ୟ କରାଯାଇଥିଲା।

Get real time updates directly on you device, subscribe now.

Leave A Reply

Your email address will not be published.