THE BYAPINI

୨ ହଜାର ଟଙ୍କିଆ ନୋଟ୍‌ ବଦଳାଇବା ସମୟସୀମା ବୃଦ୍ଧି

Get real time updates directly on you device, subscribe now.

ନୂଆଦିଲ୍ଲୀ: ଭାରତର ରିଜର୍ଭ ବ୍ୟାଙ୍କ ଅକ୍ଟୋବର ଶେଷ ପର୍ୟ୍ୟନ୍ତ ୨୦୦୦ ଟଙ୍କିଆ ନୋଟ୍ ଫେରସ୍ତ କରିବାର ସମୟସୀମା ବୃଦ୍ଧି କରିପାରେ ବୋଲି ମନି କଣ୍ଟ୍ରୋଲର ପୂର୍ବରୁ ରିପୋର୍ଟ ଦେବା ପରେ ଆଜି ଆରବିଆଇ ଅକ୍ଟୋବର ୭ ଯାଏଁ ଏହି ସମୟସୀମା ବୃଦ୍ଧି କରିଛି। ସମୟସୀମା ବୃଦ୍ଧି ପଛରେ ଅନେକ କାରଣ ଅଛି, କିନ୍ତୁ ଏହାର ମୁଖ୍ୟ କାରଣ ହେଉଛି ଅନେକ ଭାରତୀୟ ବିଦେଶରେ ରହନ୍ତି। ଏଭଳି ପରିସ୍ଥିତିରେ ଏହି ଏନ୍‌ଆରଆଇମାନଙ୍କୁ ଆଉ କିଛି ସମୟ ଦେବା ଉଦ୍ଦେଶ୍ୟରେ ଏହି ସମୟ ବୃଦ୍ଧି କରାଯାଇଥିବା ଅନୁମାନ କରାଯାଉଛି।

ଗତ ୧୯ ମଇରେ ରିଜର୍ଭ ବ୍ୟାଙ୍କ ୨୦୦୦ ଟଙ୍କିଆ ନୋଟକୁ ପ୍ରତ୍ୟାହାର କରିନେଇଥିଲା। ୨୦୦୦ ଟଙ୍କିଆ ନୋଟ୍‌କୁ ଜମା କିମ୍ବା ବିନିମୟ କରିବାକୁ ପ୍ରାୟ ଚାରି ମାସ ସମୟ ଦେଇଥିଲା। ତଥାପି ଏପର୍ୟ୍ୟନ୍ତ ୨୪,୦୦୦ କୋଟି ଟଙ୍କାର ୨୦୦୦ ଟଙ୍କିଆ ନୋଟ ବ୍ୟାଙ୍କିଙ୍ଗ ବ୍ୟବସ୍ଥାକୁ ଫେରିନାହିଁ। ଦୁଇ ହଜାର ଟଙ୍କିଆ ନୋଟ୍‌ ବିନିମୟ କିମ୍ବା ଜମା କରିବାର ଶେଷ ତାରିଖ ୩୦ ସେପ୍ଟେମ୍ବର ରହିଛି।

Get real time updates directly on you device, subscribe now.

Leave A Reply

Your email address will not be published.